You are currently viewing ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବିର୍ଷା ମୁଣ୍ଡା ଙ୍କ ଜୟନ୍ତୀ ପାଲିତ
ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବିର୍ଷା ମୁଣ୍ଡା ଙ୍କ ଜୟନ୍ତୀ ପାଲିତ

ବଲାଙ୍ଗିର- (ଏସ ମହାକୁର ) -ପାଟଣାଗଡ଼ ସ୍ଥାନୀୟ ବ୍ରହ୍ମପୁରା ଆଦିବାସୀ ଭବନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆନୁକୂଲ୍ୟରେ ୧୪୭ ତମ ସହିଦ ବିର୍ଷା ମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ରାଜ୍ୟସଭା ସାଂସଦ ଙ୍କ ପାଟଣାଗଡ଼ ବ୍ଲକ ପ୍ରତିନିଧି ଶ୍ରୀମତୀ ସନ୍ତୋସିନୀ ବିଶି ଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସହିଦ
ବିର୍ଷା ମୁଣ୍ଡାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ, ଦୀପପ୍ରଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବୀର ବିର୍ଷା ମୁଣ୍ଡା ନିଜର ଜୀବନ କୁ ବାଜି ଲଗେଇ ଆଦିବାସୀ ମାନଙ୍କ ହକ, ଅଧିକାର,ଜଳ, ଜଙ୍ଗଲ, ଜମିନ ପାଇବା ପାଇଁ ବାରମ୍ବାର ଆନ୍ଦୋଳନ କରି ଇଂରେଜ ମାନଙ୍କ ଆଖିରୁ ନିଦ ହଜେଇ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମରେ ନିଜକୁ ଜଳାଞ୍ଜଳି ଦେଇ ଦେଶ ସ୍ୱାଧୀନତା ହେବାରେ ମୁଖ୍ୟ ଭୂମିକା ଲିଭେଇଥିଲେ । ତାଙ୍କର ବଳିଦାନ ଯୋଗୁଁ ଆମେ ଆଜି ମୁଣ୍ଡ ଟେକି ଚାଲି ପାରୁଛୁ ,ହକ ଅଧିକାର ପାଇ ପାଇଥିବାସହ ,ସାମ୍ବିଧାନିକ ଅଧିକାର ପାଇ ପାରୁଛୁ ବୋଲି ବକ୍ତା ମାନେ ନିଜ ବକ୍ତବ୍ୟ ମାଧ୍ୟମରେ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଉପ ସଭାପତି ଶ୍ରୀ ଗଦି ବରିହା,ହୃଷିକେଶ ଭୋଇ, ଚୁଡାମଣି ଧରୁଆ, ଚନ୍ଦ୍ର ବରିହା,ବଳରାମ ବରିହା,ନିତ୍ୟା ଶବର, ବନବିହାରି ଭୋଇ,ଉଷା ଧରୁଆ, ଚନ୍ଦ୍ରମଣି ବାଗ ଯୋଗଦେଇ ବକ୍ତବ୍ୟ ରଖିଥିବା ବେଳେ ସଂଘ ର ଅନେକ ସଦସ୍ୟ ଉପସ୍ଥିତ ଥିଲେ ।