You are currently viewing ଦୁର୍ବଳ ଛାତ ତଳେ ଚାଲିଛି ରୂପାନ୍ତରିକରଣ, ଡାକ୍ତର ଅଭାବ ରୋଗୀ ଆୟୁଷ ଙ୍କ ହାତରେ |
ଦୁର୍ବଳ ଛାତ ତଳେ ଚାଲିଛି ରୂପାନ୍ତରିକରଣ, ଡାକ୍ତର ଅଭାବ ରୋଗୀ ଆୟୁଷ ଙ୍କ ହାତରେ |

ଖଲ୍ଲିକୋଟ : 21/12 ଖଲ୍ଲିକୋଟ ବାସୀ ଙ୍କ ଦୀର୍ଘ ଦିନ ର ଦାବି ପରେ ରାଜ୍ୟ ସରକାର ରୋଗୀ ସେବା କୁ ଉପଲବ୍ଧ ଖଲ୍ଲିକୋଟ ର ବହୁ ପୁରାତନ ଚିକିତ୍ସାଳୟ ର ରୂପାନ୍ତରିକରଣ କାର୍ଯ୍ୟକ୍ରମ ଆଗେଇ ଚାଲିଛି | ତେବେ ରାଜ୍ୟ ସରକାରଙ୍କ କର୍ମକର୍ତା ମାନେ ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ର ଥିବା ବହୁ ପୁରାତନ ଛାତ ସ୍ଥାୟିତ୍ୱ ନେଇ ପରୀକ୍ଷା ନ କରି ଉକ୍ତ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ 2 କୋଟି 41 ଲକ୍ଷ ଟଙ୍କା ର ରୂପାନ୍ତରିକରଣ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି |ଯା ଫଳରେ ରୋଗୀ ସେବା ବ୍ୟାହତ ହେବା ସାଙ୍ଗକୁ କେଉଁ କୋଠରୀ ରେ ଡାକ୍ତର ଙ୍କ ପରାମର୍ଶ ନେବେ ଓ କେଉଁ ଠାରୁ ଔଷଧ ପାଇଁ ନର୍ସ ଙ୍କୁ ଭେଟିବେ ସେ ନେଇ ରୋଗୀ ମାନେ ଏଣେ ତେଣେ ଘୁରି ବୁଲୁଛନ୍ତି |ଅନ୍ୟ ପକ୍ଷରେ ରୂପାନ୍ତରୀଣ କାର୍ଯ୍ୟ ରେ ବ୍ୟାପକ ନିମ୍ନ ମାନର କାର୍ଯ୍ୟ ତରବରିଆ ଭାବେ କରାଯାଉଥିବା ଅଭିଯୋଗ ହେଉଛି |ଏଣେ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ସୌନ୍ଦର୍ଯ୍ୟକରଣ କରାଯାଉଥିବା ବେଳେ ମୁଖ୍ୟ ରାସ୍ତା ଟି ସଂକୀର୍ଣ୍ଣ ହୋଇପଡିଛି |ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ମନ୍ଦିର ଭଳି ସଜ୍ଜା ଯାଉଥିବା ବେଳେ ମନ୍ଦିର ର ଆବଶ୍ୟକ ଡାକ୍ତର ନାହାନ୍ତି |କେବଳ ଆୟୁଷ ଡାକ୍ତର ମାନଙ୍କ ଦ୍ୱାରା ରୋଗୀ ସେବା ଚଲାଯାଉଛି |ଏହି ଡାକ୍ତରଖାନା ରେ ଶିଶୁ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ, ଅସ୍ଥି ସଲ୍ୟ ଭଳି ପାଞ୍ଚ ଗୋଟି ବିଶେଷଜ୍ଞ ପଦବୀ ପାଇଁ ଅନୁମୋଦନ ମିଳିଥିବା ବେଳେ ମାତ୍ର ଜଣେ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଙ୍କ ଦ୍ୱାରା ପ୍ରତିଦିନ 700 ଓ ପି ଡି ରୋଗୀ ଚିକିତ୍ସା ପାଉଛନ୍ତି |ସେହିପରି ପ୍ରତିଦିନ ଦୁର୍ଘଟଣା ଗ୍ରସ୍ତ ରୋଗୀ ଓ 12 ଜଣ ପ୍ରସବ ଦେଖିଥାନ୍ତି |ଏପରି ସ୍ଥଳେ ଏଠାରେ ଏକ ଟ୍ରମା କେୟାର କେନ୍ଦ୍ର ଖୋଲିବା ପାଇଁ ନିଷ୍ପତି ହୋଇଥିବା ବେଳେ ଏଯାବତ ଆବଶ୍ୟକ ଡାକ୍ତର ଓ କର୍ମଚାରୀଙ୍କୁ ନିଯୁକ୍ତି ମିଳିନି |ଡାକ୍ତରଖାନା ରେ ଥିବା ଅଲଟ୍ରାସାଉଣ୍ଡ ଓ ଇ ସି ଜି ମେସିନ ଓ ଏକ୍ସ ରେ ମେସିନ ଚାଲ|ଇବା ପାଇଁ ଟେକନିସିଆନ ନାହାନ୍ତି | ଈତି ମଧ୍ୟରେ ହସ୍ପିଟ|ଲ ର ଦୁର୍ବଳ ଛାତ ଉପରେ ଏକ 65 ଲକ୍ଷ ଟଙ୍କା ବ୍ୟୟ ରେ ଏକ ସମନ୍ୱିତ ପରୀକ୍ଷାଗର ନିର୍ମାଣ ପାଇଁ ନିଷ୍ପତି ନିଆଯାଇଥିବା ପ୍ରକାଶ |ସେହିପରି ହସ୍ପିଟ|ଲ ପଛ ପଟେ 16 କୋଟି ଟଙ୍କା ବିନିଯୋଗ ରେ ଆମ ହସ୍ପିଟ|ଲ କରିବା ପାଇଁ 5 ଏକର ଜମି ଅଧିଗ୍ରହଣ ପାଇଁ ଗଞ୍ଜାମ ଜିଲ୍ଲପାଳ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆଗେଇ ଚାଲିଛି |ତେଣୁ ହସ୍ପିଟ|ଲ ର ରୋଗୀ ସେବା ପାଇଁ ଖଲ୍ଲିକୋଟ, ବେଗୁନିଆପଡା, କୋଦଳା, ରମ୍ଭା ସମେତ ପଡୋଶୀ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓ ବାଣପୁର ର ଲକ୍ଷ ଲକ୍ଷ ଲୋକ ସ୍ଵାସ୍ଥ୍ୟ ସେବା ପାଇଁ ନିର୍ଭର କରନ୍ତି | ତେଣୁ ସମସ୍ତ ବିଶେଷଜ୍ଞ ଡାକ୍ତର ପଦବୀ ଅଗ୍ରାଧିକାର ଭିତ୍ତି ରେ ପୂରଣ କରିବା ପାଇଁ ବିଭନ୍ନ ମହଲ ରେ ଦାବି ହସୁଛି |

( ରିପୋର୍ଟ :ମାଧବ ବଡହେରା, ଖଲ୍ଲିକୋଟ, ଗଞ୍ଜାମ )