You are currently viewing କୁଳ ଖାଉଛି ଋଷିକୂଲ୍ୟା, ଭୟରେ ନଈ କୂଳିଆ ଲୋକେ
କୁଳ ଖାଉଛି ଋଷିକୂଲ୍ୟା, ଭୟରେ ନଈ କୂଳିଆ ଲୋକେ

ସୋରଡ଼ା (ଲିଟୁ କୁମାର ବିଷୋୟୀ )କୁଳ ଖାଉଛି ଋଷିକୂଲ୍ୟା, ଲୋକେ ହେଲେଣି ଛାନିଆ । ଗଞ୍ଜାମ ର ଜୀବନ ରେଖା କୁହାଯାଉଥିବା ଋଷିକୁଲ୍ୟା ଏବେ ଚାଷୀଙ୍କ ଜୀବିକା ଛଡେଇ ନେବା ସହ ଗାଁ ମୁହାଁ ହେବାରେ ଲାଗିଛି,ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ସୋରଡା ବ୍ଲକ ପାଲକାଟୁ ଗାଁ ନିକଟରେ ବହିଯାଉଥିବା ଥିବା ଋଷିକୂଲ୍ୟା ନଦୀ ରେ,ଏବେ ଗାଁ ମୁହାଁ ହେବାରେ ଲାଗିଛି ଋଷିକୁଲ୍ୟା

।ବାତ୍ୟା ମୋନ୍ଥାର ପ୍ରଭାବରେ ଋଷିକୁଲ୍ୟା ନଦୀରେ ବନ୍ୟା ଜଳ ପ୍ରଭାହିତ ହୋଇଥିଲା ଯାହାର ଫଳରେ ନଦୀର ଗତି ପଥ ବଦଳି ଗାଁ ମୁହାଁ ହୋଇଛି।ଏବେ ପାଲକାଟୁ ଗ୍ରାମ ର ୫୦ ଏକର ଜମିକୁ ଋଷିକୁଲ୍ୟା ନଦୀନିଜ ଗର୍ଭ ରେ ଲିନ କରିସାରିଥିବା ବେଳେ, ସ୍ଥାନୀୟ ପରିବା ଚାଷୀ ଙ୍କ ଏକ ମାତ୍ର ସାହାରା ପାଲଟି ଥିବା ଉଠା ଜଳସେଚନ ପ୍ରକଳ୍ପ ର ମୋଟର ସହ ତିନୋଟି ବିଦ୍ୟୁତ ଖୁଣ୍ଟ ପାଣିରେ ଭସାଇ ନେଇଛି ।

ଏବେ ପ୍ରତିଦିନ ନଦୀ ହିଡ଼ ରୁ ମାଟି ଅତଡ଼ା ଖସୁଛି । ଦିନେ ଦୁଇଦିନରେ ନଦୀ ବନ୍ଧ ଭାଙ୍ଗି ଯିବା ସହ ଗାଁ ଭିତରେ ନଦୀ ଜଳ ପଶି ଯିବାର ଆଶଙ୍କା କରିଛନ୍ତି ଲୋକେ।ଏଣୁ ବିଭାଗୀୟ ଜଳସେଚନ ଅଧିକାରି ଘଟଣା ସ୍ଥଳ ପରିଦର୍ଶନ କରି ଖୁବ୍ ଶୀଘ୍ର ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।