You are currently viewing <em>ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ √ ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ରାଜ୍ୟ ଆର.ବି.ଏସ.କେ. ଆୟୁଷ ଡାକ୍ତର ସଂଘ, ଓଡିଶା ତରଫରୁ ଶୋକସଭା ପାଳନ ଓ ତାଙ୍କ ସ୍ମୃତିରେ ରକ୍ତ ଦାନ ଶିବିର</em>
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ √ ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ରାଜ୍ୟ ଆର.ବି.ଏସ.କେ. ଆୟୁଷ ଡାକ୍ତର ସଂଘ, ଓଡିଶା ତରଫରୁ ଶୋକସଭା ପାଳନ ଓ ତାଙ୍କ ସ୍ମୃତିରେ ରକ୍ତ ଦାନ ଶିବିର

ନିକଟ ଅତୀତରେ ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ √ ନବ କିଶୋର ଦାସଙ୍କ ଅକାଳ ବିୟୋଗ ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିବା ବେଳେ ରାଜ୍ୟ ଆର.ବି.ଏସ.କେ ଆୟୁଷ ଡାକ୍ତର ସଂଘ, ଓଡିଶା ତରଫରୁ ଭୁବନେଶ୍ୱର ରେଡକ୍ରସ ଭବନଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି l ଏହି ଅବସରରେ √ ନବ କିଶୋର ଦାସ ଙ୍କ ସ୍ମୃତିରେ ସଂଘ ତରଫରୁ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା l ଏହି ଶିବିରରେ ବହୁ ସଂଖ୍ୟାରେ ଆର.ବି.ଏସ.କେ. ଆୟୁଷ ଡାକ୍ତରଙ୍କ ସମେତ ସାଧାରଣ ଜନତା ଯୋଗଦେଇ ରକ୍ତଦାନ କରିଥିଲେ l ସଂଘର ସମସ୍ତ ସଦସ୍ୟ ତଥା କର୍ମକର୍ତ୍ତା √ ନବ କିଶୋର ଦାସଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରି ନୀରବ ପ୍ରାର୍ଥନା କରିଥିଲେ l √ ନବ କିଶୋର ଦାସ ଜଣେ ମହାନ ଆତ୍ମା ଓ ଦକ୍ଷ ରାଜନୀତିଜ୍ଞ ଥିଲେ ବୋଲି ସଂଘର ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ଗତ ଡିସେମ୍ବର ମାସରେ ଏକ ସ୍ୱତନ୍ତ୍ର ବୈଠକରେ ସେ ଆୟୁଷ ଡାକ୍ତରମାନଙ୍କ ନିଯୁକ୍ତିକୁ ଯଥାଶୀଘ୍ର ନିୟମିତକରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ତାଙ୍କର ଅକାଳ ବିୟୋଗରେ ଓଡିଶା ରାଜ୍ୟର ଆୟୁଷ ଡାକ୍ତରମାନେ ହତୋତ୍ସାହିତ ହୋଇପଡିଛନ୍ତି l ତାଙ୍କର ଏହି ମହତ୍ ଉଦ୍ଦେଶ୍ୟକୁ ପୂର୍ଣ୍ଣ କରିବା ପାଇଁ ଆର ବି ଏସ କେ ଆୟୁଷ ଡାକ୍ତରମାନେ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି। ରେଡକ୍ରସ ଭବନଠାରେ ଆଜିର ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବରିଷ୍ଠ ଆଇନଜୀବୀ ତଥା ସଙ୍ଘର ସଭାପତି ଶ୍ରୀ ପ୍ରଭାତ ମହାନ୍ତି, କାର୍ଯ୍ୟକାରୀ ସଭାପତି ଡ଼ା. ହିମାଂଶୁ ଶେଖର ମିଶ୍ର, ସାଧାରଣ ସମ୍ପାଦକ ଡ଼ା. ରବୀନ୍ଦ୍ର ସେଠୀ, କୋଷାଧକ୍ଷ ଡ଼ା. ଶୁଭେନ୍ଦୁ ଦାସ ଓ ରାକେଶ କୁମାର ଜେନା , ବରିଷ୍ଠ ଉପଦେଷ୍ଠା ଡ଼ା. ବିଶ୍ୱରଂଜନ ପ୍ରଧାନ, ଡା ସୁଦୀପ୍ତ କୁମାର ସାହୁ ଏବଂ ଡ଼ା. ବିଜୟ ସାମଲ ତଥା ବିଭିନ୍ନ ଜିଲ୍ଲାର ସଂଘ କର୍ମକର୍ତ୍ତାମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ l ଆଜିର ରକ୍ତଦାନ ଶିବିରରୂ ସର୍ବମୋଟ 31 ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।