You are currently viewing ବେଗୁନିଆପଡା ରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରାଲି ଅନୁଷ୍ଠିତ
ବେଗୁନିଆପଡା ରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରାଲି ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ନିର୍ଦେଶ କ୍ରମେ ସାରା ଜିଲ୍ଲା ରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ ପରିକ୍ରମା କରୁଛି ! ଏହି ରଥ ବେଗୁନିଆପଡା ରେ ଆସି ପହଂଚି ଥିଲା ! ଶିଶୁ ବିକାଶ ପ୍ରକଳ୍ପ ବିଭାଗ ପକ୍ଷରୁ ଏହି ରଥକୁ ସ୍ୱାଗତ କରିବା ସହ ଏକ ରାଲି ବେଗୁନିଆପଡା ବଜାରରୁ ବାହାରି ପର୍ଯ୍ୟନ୍ତ ଆସିଥିଲା ! ଏଥିସହ ଏକ ବୈଠକ ମଧ୍ୟ ହୋଇଥିଲା ! ସରକାରଙ୍କ ଅନଲାଇନ ମାଧ୍ୟମରେ କିପରି ପୋଷ୍ୟ ସନ୍ତାନ ଗ୍ରହଣ କରିବାର ବ୍ୟବସ୍ଥା ରହିଛି ତା ଉପରେ ଆଲୋଚନା କରାଯାଇଛି ! ଏଥିରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଶାନ୍ତ କୁମାର ସାହୁ, ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, ସମାଜସେବୀ ମହେଶ୍ୱର ବରାଡ଼, ସି ଡି ପି ଓ ସନ୍ଧ୍ୟା ରାଣୀ ପାଣିଗ୍ରାହୀ, ପରାମର୍ଶ ଦାତା ସୁଜିତ କୁମାର ସାହୁ, ସମସ୍ତ ଅଂଚଳ ପରିଦର୍ଶିକା, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ସହାୟିକା ଯୋଗଦେଇଥିଲେ !ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।