You are currently viewing ଅମରେଶ୍ବର ମନ୍ଦିରର ୨୦ ତମ ବାର୍ଷିକ ଉତ୍ସବ : ଯୋଗଦେଲେ ହରପ୍ରସାଦ।
ଅମରେଶ୍ବର ମନ୍ଦିରର ୨୦ ତମ ବାର୍ଷିକ ଉତ୍ସବ : ଯୋଗଦେଲେ ହରପ୍ରସାଦ।

ବେଗୁନିଆପଡ଼ା
ବେଗୁନିଆପଡ଼ା ବ୍ଳକ କେ ବରିଡ଼ା ଅମରେଶ୍ବର ମହାଦେବ ମନ୍ଦିରର ୨୦ ତମ ବାର୍ଷିକ ଉତ୍ସବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କୋଦଳା ଏନଏସି ପୂର୍ବତନ ଅଧ୍ୟକ୍ଷ ତଥା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଚର୍ଚ୍ଚିତ ନେତା ହରପ୍ରସାଦ ସାହୁ ଯୋଗଦେଇ ମନ୍ଦିର ପରିଚାଳନା କମିଟି, ସମସ୍ତ ବୁଦ୍ଧିଜୀବୀ, ଜନପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇବା ସହ ବାବା ଅମରେଶ୍ବରଙ୍କ ନିକଟରେ ସମସ୍ତଙ୍କ କୁଶଳ କାମନା କରିଥିଲେ। ଏହି ଅବସରରେ ମନ୍ଦିରର ଆୟ ବ୍ଯୟ ସଂପର୍କରେ ଆଲୋଚନା ହୋଇଥିଲା। ଏଥି ସହିତ ମନ୍ଦିରର ଉନ୍ନତି କରଣ ସମ୍ବନ୍ଧରେ ମଧ୍ୟ ଆଲୋଚନା ହୋଇଥିଲା। ମନ୍ଦିର ପରିସରରେ ପି ନୂଆଁ ଗାଁ ର ବସନ୍ତ କୁମାର ରଥଙ୍କ ଦାନ ଅର୍ଥରେ ନିର୍ମିତ ହୋଇଥିବା ନୂତନ ବିବାହ ମଣ୍ଡପକୁ ପୁରୋହିତ ଆଦିତ୍ୟ କୁମାର ରଥଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଛି। ସଭା ଶେଷରେ ସମସ୍ତଙ୍କ ପ୍ରସାଦ ସେବନର ବନ୍ଦବୋସ୍ତ ମଧ୍ୟ କରାଯାଇଥିଲା।
ମନ୍ଦିର କମିଟିର ସଭାପତି କାଶିନାଥ ବେହେରା, ସଂପାଦକ ସୁରେଶ ଚନ୍ଦ୍ର ସାହୁ, ଅମରେଶ୍ବର ଯୁବକ ସଂଘ ସଭାପତି ଅତୁଳ କୁମାର ରଥ, ସରପଞ୍ଚ ପ୍ରତିନିଧି ଭଗବାନ ପ୍ରଧାନ ଓ ସମିତି ସଭ୍ୟ ପ୍ରତିନିଧି କୃଷ୍ଣ ଚନ୍ଦ୍ର ଗୌଡ଼ ପ୍ରମୁଖ ଉପସ୍ଥିତ ଥିବା ବେଳେ ମିରିଗିଲେଣ୍ଡି ଗୋପାଳ ସମାଜ, ମଠ ବରିଡା ଗୋପାଳ ସମାଜର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।