ଖଲ୍ଲିକୋଟ : 2/2 ଆସନ୍ତାକାଲି ଭୁବନେଶ୍ୱର ସମେତ ରାଜ୍ୟ ସାରା ଵଶ୍ୱ ଭାଷା ସମ୍ମିଳନୀ ଆୟୋଜନ ଅବସର ରେ ଖଲ୍ଲିକୋଟ ଏନ ଏ ସି ତରଫରୁ ଓଡିଶା ଏକତ୍ରିକାରଣ ଓ ଭାଷା ଆନ୍ଦୋଳନ ର ମହାନ ସାରଥୀ ଖଲ୍ଲିକୋଟ ର ସ୍ବର୍ଗତ ରାଜା ବହାଦୁର ରାମଚନ୍ଦ୍ର ମାର୍ଦରାଜ ଙ୍କ ପ୍ରତିମୂର୍ତ୍ତି ରେ ଓ ବସ ଷ୍ଟାଣ୍ଡ ରେ ଥିବା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ ଏନ ଏ ସି ଅଧକ୍ଷ ଇଂ ନିରଞ୍ଜନ ବେହେରା, ବରିଷ୍ଟ କାଉ ନସିଲର ପ୍ରଦୀପ କୁମାର ପଟ୍ଟନାୟକ ଓ ସୁଜାତା କୁମାରୀ ସାମନ୍ତ ଓ ଏନ ଏ ସି ନିର୍ବାହୀ ଅଧିକାରୀ ରାଜ କିଶୋର ମହାପାତ୍ର ସମେତ ସମସ୍ତ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ |
( ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )

