You are currently viewing ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର
ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର

ବେଲଗୁଣ୍ଠା, 25/04, ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ଗ୍ରାମବାସୀ ଏବଂ ହିଞ୍ଜିଳିକାଟୁ ନିକଟସ୍ଥ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ଏକ ମାଗଣା ଗ୍ଳୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ଖଇରପୁଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ସକାଳ ୯.୦୦ ଘଟିକା ଠାରୁ ଅପରାହ୍ନ ୧୨.୩୦ ଘଟିକା ମଧ୍ୟରେ ଆୟୋଜିତ ହୋଇଯାଇଛି I ଏହି ଶିବିରକୁ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା ଉଦ୍ଘାଟନ କରିଥିବାବେଳେ ଶିବିରରେ ସ୍ଥାନୀୟ ସରପଞ୍ଚ ସତ୍ୟବାନ ସ୍ୱାଇଁ , ସମିତିସଭ୍ୟ ପ୍ରତିନିଧି ବିନୋଦ କୁମାର ବେହେରା,ନାଏବ ସରପଞ୍ଚ ସୁନିତା ସ୍ୱାଇଁ, ଖଇରପୁଟି ପଂଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ମିଶ୍ର,ବିଞ୍ଚଣା ସରସ୍ଵତୀ ମଡେଲ୍ ସ୍କୁଲ୍ ଅଧ୍ୟକ୍ଷ ଶିବରାମ ପାଢୀ,ସମାଜସେବୀ ସନ୍ତୋଷ କୁମାର ବିଷୋୟୀ,ଗଣମାଧ୍ୟମ ପ୍ରତିନିଧି ଅକ୍ଷୟ କୁମାର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ପଞ୍ଚାୟତର ସମସ୍ତ କାର୍ଯ୍ୟକର୍ତ୍ତା ସମେତ ଗ୍ରାମର ଯୁବ ସମାଜସେବୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ I ଏହି ଶିବିରରେ ମୋଟ ୮୭ ଜଣ ଙ୍କର ଚକ୍ଷୁ ପରୀକ୍ଷା କରାଯାଇ 21 ଜଣ ଚକ୍ଷୁ ରୋଗୀଙ୍କୁ ଅସ୍ତ୍ରୋପଚାର ନିମନ୍ତେ ଚୟନ କରାଯାଇଥିଲା I ସେହିପରି ବହୁ ଚକ୍ଷୁ ରୋଗୀଙ୍କୁ ଚଷମା ଏବଂ ଔଷଧ ପ୍ରଦାନ କରାଯାଇଥିଲା I ଶିବିରରେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଶିବିର ପରିଚାଳକ ନଳିନୀ କାନ୍ତ ରାଉତ,ଚିଫ ଅପଟୋମେଟ୍ରିଷ୍ଟ ମଧୁସ୍ମିତା ପାଇକ , ଟେକ୍ନିସିଆନ ଦୀପିକା ରାଉତ ,ସତ୍ୟଭାମା ଓ ଈପିଲି ସାକିଲି ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ I ଏହି କର୍ଯ୍ୟକ୍ରମର ସଫଳତା ପାଇଁ ସରପଞ୍ଚ ଶ୍ରୀ ସ୍ଵାଇଁ କୃତଜ୍ଞତା ଜ୍ଞାପନ କରିବା ସହିତ ଆଗାମୀ ଦିନରେ ଏକ ମେଗା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯିବ ବୋଲି ପ୍ରକାଶ କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ