କୋଦଳା :
ଶୁକ୍ରବାର ଅପରାହ୍ନରେ ନାଗରିକ ଅଧିକାର ଓ କର୍ତ୍ତବ୍ୟ ସଂପର୍କୀତ ସଚେତନତା କାର୍ଯ୍ୟକ୍ରମ କୋଦଳା ତାଲୁକା ଲିଗାଲ୍ ସର୍ଭିସେସ୍ କମିଟି ପକ୍ଷରୁ କୋଦଳା କୋର୍ଟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା କାର୍ଯ୍ୟକ୍ରମରେ କୋଦଳା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଚିନ୍ମୟ ଗଛାୟତ, କୋଦଳା ପ୍ରଥମଶ୍ରେଣୀ ବିଚାରପତି ବିମଳା ଲଷ୍ମୀ ଚୌଧୁରୀ, ବରିଷ୍ଠ ଆଇନଜୀବୀ ଉଦୟ ନାଥ ପ୍ରଧାନ, ପ୍ରଫୁଲ୍ଲ କୁମାର ମିଶ୍ର, କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ, ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ସାହୁ, ମିସ୍ ଲଷ୍ମୀ କୁମାରୀ ପାଇକରାୟଙ୍କ ସମେତ ବହୁ ଓକିଲ, ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।
ଦେଶର ନାଗରିକମାନେ ନିଜର ସମ୍ବିଧାନ ସମ୍ପର୍କରେ ସଚେତନ ହେଲେ ସାମ୍ବିଧାନିକ ଗଣତନ୍ତ୍ରର ଗାରିମା ବୃଦ୍ଧି ପାଇବ । ପ୍ରତ୍ୟେକ ସାଧାରଣ ନାଗରିକ ରାଷ୍ଟ୍ର ଠାରୁ ସେମାନଙ୍କର ଅଧିକାର ଏବଂ ରାଷ୍ଟ୍ର ପ୍ରତି ସେମାନଙ୍କର ଥିବା କର୍ତ୍ତବ୍ୟ ବିଷୟରେ ଅବଗତ କରାଯିବା ଉଚିତ । କେବଳ ସେତିକି ନୁହେଁ, ଆଇନରେ ସ୍ନାତକ ଶିକ୍ଷା କରିଥିବା ବ୍ୟକ୍ତିବିଶେଷମାନେ ମଧ୍ୟ ସାଧାରଣ ଲୋକଙ୍କୁ ସମ୍ବିଧାନ ସମ୍ପର୍କିତ ସୂଚନା ଅତି ସାଧାରଣ ଭାଷାରେ ବୁଝାଇବା ଆବଶ୍ୟକ । ଏପରି ହେଲେ ଗଣତନ୍ତ୍ର ସଫଳ ହୋଇପାରିବ। ଅଧିକାର ଓ ଦାୟିତ୍ବ ପରସ୍ପର ପରିପୂରକ। ଏହା କିପରି ଅକ୍ଷୁଣ୍ଣ ରହି ପାରିବ ସେ ଦିଗରେ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଛନ୍ତି କୋଦଳା ଜେଏମ୍ ଏଫ୍ ସି ବିଚାରପତି ବିମଳା ଲଷ୍ମୀ ଚୌଧୁରୀ। ଆଇନ ଅନୁଯାୟୀ ରାଜ୍ୟ ଓ କେନ୍ଦ୍ର ସରକାର ଗଣତନ୍ତ୍ରକୁ ରକ୍ଷା କରିବାରେ ଉଦ୍ଯମ କରିବା ଉଚିତ୍ ଏବଂ ଆଇନକୁ ସମ୍ମାନ ଦେବା ନିଜର ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ରହିବା ସହ ଅନ୍ଯ ମାନଙ୍କୁ ସଚେତନ କରାଇବା ଆବଶ୍ୟକ। ଅନେକ ଅଧିକାର ସମ୍ପର୍କରେ ଯଦିଓ ସମ୍ବିଧାନରେ ଲେଖା ଅଛି କିନ୍ତୁ ସମସ୍ତେ ତାହା ଜାଣି ପାରନ୍ତି ନାହିଁ। ଏଣୁ ବ୍ଯାପକ ସଚେତନତା କରାଯିବା ଆବଶ୍ୟକ ବୋଲି କହିଥିଲେ ଜିଲ୍ଲା ଅତିରିକ୍ତ ଦୌରାଜଜ୍ ବିଚାରପତି ଚିନ୍ମୟ ଗଛାୟତ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
