You are currently viewing ପୁଷ ପୁନେଇଁରେ ହରଙ୍କ ବନ୍ଧୁ ମିଳନ ।
ପୁଷ ପୁନେଇଁରେ ହରଙ୍କ ବନ୍ଧୁ ମିଳନ ।

କୋଦଳା , ୦୬/୦୧ – ( କୃଷ୍ଣଚନ୍ଦ୍ର ପୋଲାଇ ) -:- ଗଞ୍ଜାମ ଜିଲ୍ଲା କୋଦଳାର ପୂର୍ବତନ ନଗରପାଳ ତଥା ବିଜେଡିର ଚର୍ଚ୍ଚିତ ନେତା ହରପ୍ରସାଦ ସାହୁଙ୍କ ପୁଷ ପୁନେଇଁ ଉପଲକ୍ଷେ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ସାହୁଙ୍କ ବାସଭବନରେ ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ଯକ୍ରମରେ ୧୦ ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।ପ୍ରତିବର୍ଷ ଶ୍ରୀ ସାହୁ ପୁଷ ପୁନେଇଁରେ ବନ୍ଧୁ ମିଳନ କାର୍ଯ୍ଯକ୍ରମ କରୁଥିବା ବେଳେ କରୋନା କଟକଣା ପାଇଁ ବିଗତ ୨ ବର୍ଷ ଧରି ବନ୍ଦ ଥିବା ବେଳେ ଚଳିତ ବର୍ଷ ୧୦ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବନ୍ଦବୋସ୍ତ କରାଯାଇଥିଲା। ହର ପ୍ରସାଦ ସାହୁ ଓ ତାଙ୍କ ଧର୍ମପତ୍ନୀ ସୁନୀତା ପ୍ରଭା ସାହୁ ଏହି ଅବସରରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି। ଶ୍ରୀ ସାହୁ ନିଜେ ଜଣେ ଚାଷୀ ଏବଂ ଚାଷୀଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ଅଞ୍ଚଳରେ ଦଲାଲ୍ ମାନେ ଚାଷୀଙ୍କ ହକ୍ ପ୍ରଦାନରୁ ବଞ୍ଚିତ କରାଉଥିବା ସେ କହିଛନ୍ତି। ଏଭଳି ଦଲାଲି କାର୍ଯ୍ଯକୁ ଆଦୌ ପ୍ରୋତ୍ସାହନ ଦିଆଯିବ ନାହିଁ ଏବଂ ପ୍ରତିବାଦ କରିବାକୁ ସେ ଆହ୍ବାନ ଦେଇଛନ୍ତି।
ଅପରପକ୍ଷେ ଏକ ଦଶନ୍ଧି ଧରି ଅଞ୍ଚଳରେ ନିଜର ସାଂଗଠନିକ ବଜାୟ ରଖିଥିବା ଶ୍ରୀ ସାହୁ ଆଗାମୀ ୨୦୨୪ ନିର୍ବାଚନରେ ବିଧାୟକ ଭାବେ ଲଢିବେ ବୋଲି ତାଙ୍କ ସମର୍ଥକ ମାନେ କହୁଥିବା ବେଳେ ସାମ୍ବାଦିକ ମାନେ ଏନେଇ ପ୍ରଶ୍ନ କରିଛନ୍ତି। ଏହାର ଉତ୍ତରରେ ନବୀନ ପଟ୍ଟନାୟକ ତାଙ୍କ ନେତା ଏବଂ ସେ ହିଁ ନିଷ୍ପତ୍ତି ନେବେ କିଏ ଟିକେଟ୍ ପାଇବେ ବୋଲି ସେ କହିଛନ୍ତି। ଅନ୍ୟପଟେ ତାଙ୍କ ସମର୍ଥକ ମାନେ ଟିକେଟ୍ ଦେବାକୁ ନବୀନଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି। ତେବେ ଶ୍ରୀ ସାହୁଙ୍କ ଏହି ବନ୍ଧୁ ମିଳନ କାର୍ଯ୍ଯକ୍ରମକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଜୋର୍ ଧରିଛି ।