ବ୍ରହ୍ମପୁର , ୨୩/୦୯ -:- ଦହି ପ୍ରାକୃତିକ ଭାବେ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଏହା ବଢ଼ାଇଥାଏ । ପ୍ରାୟ ୭୦ ପ୍ରତିଶତ ଶକ୍ତି ଆମେ ଦହିରୁ ହିଁ ପାଇଥାଉ । ଦହିରେ କ୍ୟାଲ୍ସିୟମ୍ ଥିବାରୁ ଏହା ଅସ୍ଥି ଓ ଆଣ୍ଠୁଗଣ୍ଠିକୁ ମଜଭୁତ କରିବାରେ ସାହାଯ୍ୟ କରେ । ଅଷ୍ଟିଓପୋରେସିସ୍ ସମସ୍ୟ ଆଶଙ୍କାକୁ କେତେକାଂଶରେ ଦୂର କରିଥାଏ । ଏଥିରେ ଏଭଳି ତତ୍ତ୍ୱ ରହିଛି ଯାହା ଦାନ୍ତମୂଳକୁ ଦୃଢ଼ ରଖେ । ଚର୍ମ ଏବଂ କେଶକୁ ବଢ଼ିବାରେ ଦହି ମଧ୍ୟ ସାହାଯ୍ୟ କରେ । ଏଥିରେ ଏଭଳି ତତ୍ତ୍ୱ ରହିଛି ଯାହାଦ୍ୱାରା କ୍ଷତ ହୋଇଥିବା ସ୍ଥାନରେ ନୂଆ ଚର୍ମ ମଧ୍ୟ ଆପେ ସୃଷ୍ଟିି ହୋଇଯାଏ । ଏହା ମଧ୍ୟ ପାଚନ କ୍ରିୟାକୁ ଆହୁରି ଦୃଢ଼ କରିଥାଏ । କେବଳ ସେତିକି ନୁହେଁ, କୋଲେଷ୍ଟରଲ ଏବଂ ମେଦ ବହୁଳତାକୁ ଏହା କେତେକାଂଶ ନିୟନ୍ତ୍ରଣରେ ରଖିଥାଏ । ଉଚ୍ଚ ରକ୍ତଚାପ ସମସ୍ୟା ପାଇଁ ଏହା ମଧ୍ୟ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ । ନିୟମିତ ଦହି ଖାଇଲେ ତାହା ହୃତ୍ପିଣ୍ଡ ବା ହାର୍ଟକୁ ସୁସ୍ଥ ରଖିଥାଏ । ଜଣେ ଡାଇବେଟିସ୍ ରୋଗୀ ଏହାକୁ ନିଜର ଖାଦ୍ୟ ତାଲିକାରେ ସାମିଲ କରିପାରିବେ । କାରଣ ଏହା ରକ୍ତରେ ଶର୍କରାର ପରିମାଣକୁ ସନ୍ତୁଳିତ ରଖେ ।

