ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୁଶପଡା ଗ୍ରାମର ସଡପ . ବାବୁଙ୍କ ବିଲରେ ଥିବା ଦୁଇଟି ଧାନଗଦାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ଫସଲ ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ଖବରନୁଯାୟୀ , ମଙ୍ଗଳବାର ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ବାଡୁ ନିଜ ବିଲରେ ଧାନ ଅମଳ ନକରି ମଣ୍ଡିରେ ବିକ୍ରୟ ନିମନ୍ତେ ଗଦା କରି ରଖିଥିଲେ । ଚଳିତ ବର୍ଷ ୩ ଏକର ଜମିରୁ ପ୍ରାୟତଃ ୫୫ ରୁ ୬୦ କୁଇଣ୍ଟାଲ ଧାନ ଅମଳ ହେବ ବୋଲି ଆଶା ରଖିଥିଲେ । କିନ୍ତୁ ଆଜି ଉକ୍ତ ଧାନଗଦା ଦେଇ ଯାଇଥିବା ବିଦ୍ୟୁତ ତାରରୁ ନିଆଁ ବାହାରି ଏଭଳି ଘଟଣା ଘଟିଥିବା ଗ୍ରାମବାସୀ କହିଛନ୍ତି । ଖବରପାଇ ଦିଗପହଣ୍ଡି ଅଗ୍ନିଶମ ବିଭାଗ କେନ୍ଦ୍ରାଧିକାରୀ ପ୍ରଫୁଲ୍ଲ କୁମାର ବେହେରାଙ୍କ ନେତୃତ୍ବରେ କର୍ମୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କ୍ଷଣକେ ମଧ୍ୟରେ ଜାଳି ପୋଡ଼ି ପାଉଁଶ ହୋଇଯାଇଥିଲା । ଏହାପରେ ସ୍ଥାନୀୟ ରାଜସ୍ବ ନୀରିକ୍ଷୀକ ଅକ୍ଷୟ ମଲ୍ଲିକ ପହଞ୍ଚି ସଠିକ ଅନୁଧ୍ୟାନ କରି ତହସିଲଦାରଙ୍କୁ ଜଣାଇଥିବା ସୂଚନା ଦିଆଯାଇଛି।
