You are currently viewing ବିବାହ ବନ୍ଧନରେ ବାନ୍ଧି ହେଲେ ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଜାଣନ୍ତୁ କିଏ ସାଜିଲେ ତାଙ୍କର ବାନ୍ଧବି
ବିବାହ ବନ୍ଧନରେ ବାନ୍ଧି ହେଲେ ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଜାଣନ୍ତୁ କିଏ ସାଜିଲେ ତାଙ୍କର ବାନ୍ଧବି

ଭୁବନେଶ୍ବର: ଦ୍ବିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର। ସଫ୍ଟଓୟାର୍ ଇଞ୍ଜିନିୟର୍ ପ୍ରିୟଙ୍କା ଅଗସ୍ତିଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ବିବାହ ଉତ୍ସବରେ କେବଳ ଉଭୟ ପରିବାର ଲୋକ ଓ କିଛି ନିମନ୍ତ୍ରିତ ଅତିଥି ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଆଜି ସକାଳେ ନିର୍ବଦ୍ଧ ହୋଇଥିଲା, ଆଉ ଏବେ ବିବାହ ଶେଷ ହୋଇଛି। ପୁରୀ ଜିଲା ପିପିଲିର ଦି ଆଡଭେଞ୍ଚର କନଭେନସରେ ବୈଦିକ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଛି । ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ୍ ଦେକୋଟ ଗାଁର ପ୍ରିୟଙ୍କା ଅଗସ୍ତୀ ତାଙ୍କ ହାତ ଧରିଛନ୍ତି । ଉଭୟଙ୍କର ଏହା ଦ୍ୱିତୀୟ ବିବାହ ବୋଲି ଜଣାପଡିଛି । ଏହି ବିବାହ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଥିଲା । ଏହି ବିବାହରେ କେହି ଭିଆଇପି ଓ ଭିଭିଆଇପି ଯୋଗ ଦେଇଥିବା ସୂଚନା ମିଳିନାହିଁ । ଉଭୟଙ୍କ ପରିବାରରୁ ମୋଟ ୫୦ରୁ ୬୦ ଜଣଙ୍କ ଲୋକ ଯୋଗ ଦେଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ପୂର୍ବରୁ ମନ୍ତ୍ରୀ ଦିବ୍ୟଶଙ୍କର ଜୟପାଟଣାରେ ବିବାହ କରିଥିଲେ। କୌଣସି କାରଣ ପାଇଁ ତାଙ୍କ ପ୍ରଥମ ପତ୍ନୀଙ୍କ ସହ ଛାଡ଼ପତ୍ର ହୋଇଥିଲା । ଦିବ୍ୟଶଙ୍କରଙ୍କର ପୁଅ ବି ଅଛନ୍ତି। ସେ ଲଣ୍ଡନରେ ରହୁଛନ୍ତି। ଅନ୍ୟପଟରେ ପ୍ରିୟଙ୍କାଙ୍କର ମଧ୍ୟ ଏହା ଦ୍ବିତୀୟ ବିବାହ। ପୂର୍ବରୁ ମଧ୍ୟ ତାଙ୍କର ଛାଡ଼ପତ୍ର ହୋଇସାରିଛି ।

ପୂର୍ବରୁ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବିବାହକୁ ନେଇ ଚର୍ଚ୍ଚାର ଜୋର ଧରିଥିଲା । ତେଣୁ ସୋସିଆଲ ମିଡିଆରେ ଏହି ଖବର ଭାଇରାଲ ବିଜୁଳି ଭଳି ହୋଇଥିଲା ।