You are currently viewing କୋଶଳ ସାହିତ୍ୟ ଏକାଡେମୀ ତରଫରୁ ତରଭାର ବାଟେଘାଟେ କାର୍ଯ୍ୟକ୍ରମ ଅନୁଷ୍ଠିତ
କୋଶଳ ସାହିତ୍ୟ ଏକାଡେମୀ ତରଫରୁ ତରଭାର ବାଟେଘାଟେ କାର୍ଯ୍ୟକ୍ରମ ଅନୁଷ୍ଠିତ

ତରଭା,ତା ୨୭/୦୧ : ସ୍ଥାନୀୟ ସାରସ୍ବତ ଅନୁଷ୍ଠାନ କୋଶଳ ସାହିତ୍ୟ ଏକାଡେମୀ ତରଫରୁ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ତରଭାର ବାଟେଘାଟେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। କୋସଲୀ ଭାଷାର ଭବିଷ୍ୟତ ଶୀର୍ଷକ ଆଲୋଚନାଚକ୍ର ପ୍ରାରମ୍ଭରେ ଶିଶୁପାଳ ଥନାପତି ବେଦଧ୍ବନି ଦେଇଥିବାବେଳେ ଗାୟକ ସୁମନ୍ତ ସାହୁ, ସୁଶୀଲ ଦରୁଆନ, ହିମାଂଶୁ ମିଶ୍ର ଓ ସାଥି ଭଜନ ପରିବେଷଣ କରିଥିଲେ ।ଶିକ୍ଷକ ସଂଘ ସଭାପତି ସୁରେଶ ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଇଞ୍ଜିନିୟର ଗୋପାଳ ଚନ୍ଦ୍ର ମେହେର ମୁଖ୍ୟ ଅତିଥି, ପୂର୍ବତନ ନଗରପାଳ ଶୈଳେନ୍ଦ୍ର ସାହୁ ମୁଖ୍ୟ ବକ୍ତା ତଥା ସାମ୍ବାଦିକ ଅନ୍ତର୍ଯ୍ୟାମୀ ସାହୁ,ଲେଖିକା ନୀଳକାନ୍ତି ପଟ୍ଟନାୟକ ଓ ଲେଖକ ବନବାସ ମେହେର ସମ୍ମାନିତ ଅତିଥିରୂପେ ଯୋଗ ଦେଇ କୋସଲୀ ଭାଷାର ଭବିଷ୍ୟତ ଶୀର୍ଷକ ଆଲୋଚନାଚକ୍ରରେ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।କବି ଗୌରୀଶଙ୍କର ସାହୁ ଓ ଶୁକଦେବ ସାହୁଙ୍କ ସଂଯୋଜନାରେ ଆୟୋଜିତ କୋସଲୀ କବିତା ଆସରରେ ପଡୋଶୀ ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା, ବରଗଡ଼ ଜିଳ୍ଲାର କବୟିତ୍ରୀ ପୁଷ୍ପାଞ୍ଜଳି ମେହେର, ତପସ୍ଵିନୀ ପଟ୍ଟନାୟକ, ଯମୁନା ମହାପାତ୍ର,ଲୀନା ମେହେର, ଶାଳିନୀ ମହାନ୍ତି, ସରିତା ନାଏକ, ଲୋକକବି ଗରିବ ମଲ୍ଲିକ, ରୋଶନ ସାହୁ,ବନମାଳୀ ପାଣ୍ଡେ, ସୁଖରାମ ମଲ୍ଲିକ, ଶଙ୍କର୍ଷଣ ବାଘ, ଅଧ୍ୟାପକ ପ୍ରଶାନ୍ତ ନାଗ, ଲୋକନାଥ ଦଳବେହେରା, ହିରଣ୍ମୟ ପଟ୍ଟନାୟକ ଓ ସନ୍ତୋଷ ଦାଶ ପ୍ରମୁଖ ପଚାଶରୁ ଉର୍ଦ୍ଧ୍ବ କବି କବୟିତ୍ରୀ ସ୍ବରଚିତ କବିତା ପାଠ କରିଥିଲେ। ବାଟେଘାଟେ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବା ପାଇଁଁ ସୁଶ୍ରୀ ଅଲିଭା ନାଏକ,ରାଣୀ ପାଣ୍ଡେ,ପ୍ରିୟାଂଶୀ ମାହାଣା,ଏସ୍.ଅର୍ଚ୍ଚନା କୁମ୍ଭାର,ସ୍ରିଷ୍ଟି ସାହୁ ପ୍ରମୁଖ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।ଏକାଡେମୀ ସଭାପତି ଦେବେନ୍ଦ୍ର କୁମାର ନାଏକ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଏକାଡେମୀ ସମ୍ପାଦକ ରାଜେନ୍ଦ୍ର କୁମାର ଝାଙ୍କର ଧନ୍ୟବାଦ ଅର୍ପଣ କରିଥିଲେ।