You are currently viewing ଦ୍ବାଦଶ ସ୍ମୃତି ଚାରଣ ସଭାରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦାନ ।
ଦ୍ବାଦଶ ସ୍ମୃତି ଚାରଣ ସଭାରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦାନ ।

ପୁରୁଷୋତ୍ତମପୁର , ୦୭/୦୨ – ( ପ୍ରସନ୍ନ କୁମାର ଦାସ ) -:- ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅଂଶ ପୁରୁଷୋତ୍ତମପୁର ବ୍ଳକ୍ ଅନ୍ତର୍ଗତ ଅରଖପୁର ଗ୍ରାମର ଏବଂ ପ୍ରଭାସି ମୁମ୍ବାଇର ଅଞ୍ଚଳରେ ଜଣା ଶୁଣା ସମାଜ ସେବକ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ଗୌଡ଼ଙ୍କ ମାମୁ ସ୍ବର୍ଗତ ଗାଣ୍ଡୁ ଗୌଡ (୭୦)ଙ୍କ ଦ୍ୱାଦଶାହ ସ୍ମୃତି ଚାରଣ ସଭା ନିଜ ଗ୍ରାମ ଅରଖପର ବାସଭବନରେ ଅନୁଷ୍ଠିତ ହୋଇଯାଇଛି I ସ୍ଵର୍ଗତ ଗୌଡଙ୍କ ଏକ ମାତ୍ର ପୁତ୍ର ରବୀନ୍ଦ୍ରଗୌଡଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ରାଜ୍ୟ ସରକାରଙ୍କର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଗଞ୍ଜାମ ଜିଲ୍ଲାର ଏକ ମାତ୍ର କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନା, ପୁରୁଷୋତ୍ତମପୁର ଏନ୍ଏଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ,ଯୁବ ବିଜେଡି ଉପଦେଷ୍ଟା ନିର୍ମଳ ସାହୁ, ଯୋଗ ଦେଇ ସ୍ବର୍ଗତ ଗୌଡଙ୍କର ଫଟୋ ଚିତ୍ରରେ ପୁଷମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାକ୍ଷାତ କରି ସ୍ବର୍ଗତ ଗାଣ୍ଡୁଙ୍କ ସ୍ତ୍ରୀ ଦରମରି ଗୌଡଙ୍କୁ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମ ବିଜେପି ରାଜ୍ୟ କାର୍ଯ୍ୟ କାରିଣି ସଦସ୍ୟ ଅରୁଣ କୁମାର ପଣ୍ଡା,ପୁରୁଷୋତ୍ତମପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା,ସମିତି ସଭ୍ୟ ସିମାଞ୍ଚଳ ଗୌଡ, ହିଞ୍ଜିଳି ବ୍ଲକର ସାରୁ ସରପଞ୍ଚ ନିଳାଞ୍ଚଳ ସାହୁ, ସନ୍ତୋଷ ପାଣିଗ୍ରାହୀ,ଶଙ୍କର ଖୁଣ୍ଟିଆ, ସନ୍ତୋଷ ବେହେରା ,ବିପ୍ର ମହାନ୍ତି,ଇନ୍ଦିରା ଗୌଡ, ପ୍ରର୍ମିଳା ଗୌଡ, ପ୍ରଦୀପ ଜେନା, ଉପେନ୍ଦ୍ର ସାହୁ, ଗୌରାଙ୍ଗ ସେଠି,ପପୁ ପ୍ରଧାନ,ଝିଲ୍ଲୀ ଗୌଡ ,ଜମୁନା ଗୌଡ,ସାଗରିକା ପଲେଇ ମକର ଝୋଳ ସମିତି ସଭ୍ୟ ଜି ମୋହନ ରାଓ,ଏସ୍ କୁମାର(ଫିଲ୍ମ), ସଞ୍ଜୟ ସ୍ବାଇଁ, ବିଜେଡି ନେତ୍ରୀ ଆଭା ପରିଡା,ଜଗତ ପଣ୍ଡା, ରମେଶ ଗୌଡ, ପ୍ରଭାକର ମହାରଣା, ଭଗବାନ ସାହୁ, ସନ୍ତୋଷ ପାଳ,କୈଳାସ ଗୌଡ,ରବିନ୍ଦ୍ର ମହାରଣା, ଶଙ୍କର ପ୍ରଧାନ, ଟିକିନା ଗୌଡ ,ଅମର ପାଳ,ଦୀପକ ଖୁଣ୍ଟିଆ,ଶମ୍ଭୁ ପ୍ରଧାନ, ନରେନ୍ଦ୍ର ପ୍ରଧାନ ,, ଶାନ୍ତି ପ୍ରଧାନ’ ସ୍ୱପ୍ନଶ୍ୱର ମନ୍ଦିର କମିଟି ର ସଦସ୍ୟ ସହିତ ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ। ଚୈତନ୍ୟ ଆଖଡା ଦ୍ଵାରାସନ୍ଧ୍ୟା ସମୟରେ ଭଜନ ପରିବେଷଣ କରାଯାଇଥିଲା ।