ବ୍ରହ୍ମପୁର, ୦୭/୦୪ – ( ଶ୍ରୀକାନ୍ତ କୁମାର ବେହେରା ) -:- ବ୍ରହ୍ମପୁର ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ନେତାଜୀ ସାରସ୍ୱତ ମଞ୍ଚ ପକ୍ଷରୁ ଉତ୍କଳ ଆଶ୍ରମ ପରିସରରେ ମାସିକ କ୍ଷୁଦ୍ରଗଳ୍ପ ଆସର ଅନୁଷ୍ଠିତ ହୋଇଯାଇଛି l ଏହି ଆସରରେ ମଞ୍ଚର ସଭାପତି ଶ୍ରୀମତୀ ସୁଜାତା ଶତପଥୀ ପୌରୋହିତ୍ୟ କରିଥିଲେ ଏବଂ ସମ୍ପାଦକ ନଳିନୀକାନ୍ତ ଗୌଡ଼ ସ୍ୱାଗତ ସମ୍ଭାଷଣ ଓ ଆସରର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଗଳ୍ପ ଆସରରେ ଡ. କୁଳମଣି ଓଝା ଓ ଗାଳ୍ପିକା ଭାଗ୍ୟଲକ୍ଷ୍ମୀ ମହାରଣା ଆମନ୍ତ୍ରିତ ଅତିଥି ରୂପେ ଯୋଗଦେଇ ସାମ୍ପ୍ରତିକ କ୍ଷୁଦ୍ରଗଳ୍ପର ଧାରା ସମ୍ପର୍କରେ ଆଲୋଚନା କରିଥିଲେ l ଶ୍ରୀମତୀ କ୍ଷଣପ୍ରଭା ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ଆସରରେ ଅଧ୍ୟାପକ ଶାଶ୍ୱତ ମିଶ୍ର, ଶ୍ରୀମତୀ ସ୍ବର୍ଣ୍ଣମୟୀ ପାଢ଼ୀ, ସୁଚେତା ପାଣିଗ୍ରାହୀ, ଭାଗ୍ୟଲକ୍ଷ୍ମୀ ମହାରଣା, କପିଳ ଚନ୍ଦ୍ର ମହାନ୍ତି ଓ ଶ୍ରୀମତୀ କ୍ଷଣପ୍ରଭା ଶତପଥୀ ପ୍ରମୁଖ ସ୍ୱରଚିତ କ୍ଷୁଦ୍ରଗଳ୍ପ ପାଠ କରିଥିଲେ l କବି ଓ ସମାଲୋଚକ ଡ. କୁଳମଣି ଓଝା କ୍ଷୁଦ୍ରଗଳ୍ପର ଭାବଧର୍ମ ଓ ପ୍ରାକରଣିକ ବିଭବ ବିଷୟରେ ଆଲୋଚନା କରିବା ସଂଗେ ସଂଗେ ଓଡ଼ିଆ କ୍ଷୁଦ୍ରଗଳ୍ପର ସାମ୍ପ୍ରତିକ ସ୍ଥିତିର ଆକଳନ କରିଥିଲେ l ଆସର ପରିଚାଳନାରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଗଞ୍ଜାମ ଜିଲ୍ଲା ସଦସ୍ୟ ଅନିଳ କୁମାର ପାତ୍ର, ସନତ୍ କୁମାର ପଣ୍ଡା ଓ କୈଳାସ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ସୁଚେତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
