You are currently viewing ଘୁମୁସର ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟରେ 75 ତମ ବାର୍ଷିକ କ୍ରୀଡ଼ା ଉତ୍ସବ
ଘୁମୁସର ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟରେ 75 ତମ ବାର୍ଷିକ କ୍ରୀଡ଼ା ଉତ୍ସବ

ବେଲଗୁଣ୍ଠା, 17/12, ଆଜି ବେଲଗୁଣ୍ଠା ସ୍ଥିତ ଘୁମୁସର ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟରେ 75 ତମ ବାର୍ଷିକ କ୍ରୀଡ଼ା ଉତ୍ସବ ତିନିଦିନ ବ୍ଯାପୀ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ଅଞ୍ଚଳର ଆରାଧ୍ୟ ଶ୍ରୀ ଲକ୍ଷ୍ମୀ ନୃସିଂହ ପୀଠରୁ ମଶାଲ ଶୋଭାଯାତ୍ରା ଆରମ୍ଭ କରି ସହର ପରିକ୍ରମା କରାଯାଇଥିଲା I ଏହି ଅବସରରେ ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣା କ୍ରୀଡ଼ା ପତାକା ଉେତ୍ତାଳନ କରି କ୍ରୀଡ଼ା ଉତ୍ସବକୁ ଉଦ୍ଘାଟନ କରିବା ସହିତ ବର୍ତ୍ତମାନ ବିଜ୍ଞାନ ଯୁଗରେ ମୋବାଇଲ୍ ର କରାଳ ଗ୍ରାସରୁ ରକ୍ଷା କରିବା ପାଇଁ କ୍ରୀଡ଼ା ଶିଶୁ ମାନଙ୍କ ସକାଶେ ଏକ ଜରୁରୀ କାର୍ଯ୍ୟକ୍ରମ ବୋଲି ବକ୍ତବ୍ଯ ରଖିଥିଲେ I କାର୍ଯ୍ୟକ୍ରମର ପ୍ରଥମ ଦିନରେ ଦୌଡ଼, ଗୋଳା ଫିଙ୍ଗା,ଧିର ସାଇକେଲ୍ ଚାଳନା ,ଦ୍ୱିତୀୟ ଦିନରେ ଚିତା, ସଙ୍ଗୀତ ଚୌକି ଏବଂ କବାଡ଼ି ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I

କାର୍ଯ୍ୟକ୍ରମରେ ଅନୁଷ୍ଠାନର ଦିପ୍ତିରଞ୍ଜନ ପଣ୍ଡା,ସୁମନ୍ତ କୁମାର ସେଠୀ,ପ୍ରିୟଙ୍କା ବଳିୟାର ସିଂ,ଦୀପା ସ୍ୱାଇଁ,ସୁନାକ୍ଷୀ ଦିଗାଲ୍,ନିବେଦିତା ପାଲକ, ଦିପ୍ତିମୟୀ ସୁବୁଦ୍ଧି,ଆଶିଷ କୁମାର ମିଶ୍ର, କେଶରୀ ନନ୍ଦନ ପ୍ରଧାନ,ରାଜଶ୍ରୀ ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ I
ରିପୋର୍ଟ-ଶିବରାମ ଚୌଧୁରୀ