ଧରାକୋଟ 2/12/23
ଧରାକୋଟ ଗଡର ସ୍ବର୍ଗତ ରାଜା ଅନନ୍ତ ନାରାୟଣ ସିଂହଦେଓ ଙ୍କ ର କୋଡିଏ ତମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସାମନାରେ ପାଳନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଣୀ ନନ୍ଦିନୀ ଦେବୀ,ସମ୍ମାନିତ ଅତିଥି ଭାବରେ ରାଜା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଅବସରପ୍ରାପ୍ତ ପ୍ରଶାସକ ଅନିଲ କୁମାର ପଟ୍ଟନାୟକ, ଶିକ୍ଷାବିତ ଡକ୍ଟର ବିମଳ ପ୍ରସାଦ ପଟ୍ଟନାୟକ,ପୂର୍ବତନ ସରପଞ୍ଚ ଦିଲୀପ ସ୍ୱାଇଁ, ବରିଷ୍ଠ ନାଗରିକ ପଦ୍ମ ଚରଣ ବାରିକ, ତ୍ରିନାଥ ସାହୁ,ଉଦୟନାଥ ସ୍ୱାଇଁ, ସାମ୍ୱାଦିକ ବିଷ୍ଣୁ କେଶରୀ ଆଚାର୍ଯ୍ୟ, ହୃଦାନନ୍ଦ ଜେନା ପ୍ରମୁଖ ଯୋଗଦେଇ ସ୍ବର୍ଗତ ରାଜା ଙ୍କର ତ୍ୟାଗପୁତ ଜୀବନାବଳୀ, ପରୋପକାରୀ ଗୁଣ ଏବଂ ଅଞ୍ଚଳର ବିକାଶରେ ନିଜକୁ ସମର୍ପଣ କରି ଧରାକୋଟ କୁ ରାଜ୍ୟ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଦେଇଥିବାରୁ ଅତିଥି ମାନେ ତାହାର ଶ୍ରୁତି ଚାରଣ କରିଥିଲେ । ଏହି ଅବସରରେ ରାଜାଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ଗୌର ଚନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରାଯାଇଥିବା ବେଳେ ଲେଖକ ସୋମନାଥ ପଣ୍ଡା ରାଜାଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ ।

ଗୋଲକ ବିହାରୀ ସାହୁ,ରାଜେନ୍ଦ୍ର ବେହେରା,ଲୋକନାଥ ଦାସ ଓ ଭଗବାନ ଗୌଡ଼ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ଶେଷରେ ଅସହାୟ ପୁରୁଷ ଓ ମହିଳା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା।

