You are currently viewing ବନବାସୀ ସେବା ସମିତି ପରିସରରେ ଫକୀର ମୋହନ ଙ୍କ ସାହିତ୍ୟ ଚର୍ଚ୍ଚା
ବନବାସୀ ସେବା ସମିତି ପରିସରରେ ଫକୀର ମୋହନ ଙ୍କ ସାହିତ୍ୟ ଚର୍ଚ୍ଚା

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବନବାସୀ ସେବା ସମିତି ପରିସରରେ ଶାଳବଣ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଫକୀର ମୋହନ ଙ୍କ ସାହିତ୍ୟ ସମ୍ପର୍କରେ ଆଲୋଚନା ହୋଇଯାଇଛି। ଏହି ଅବସରରେ ସଂସଦର ସଭାପତି ଡ଼.ମଧୁସୂଦନ ମହାପାତ୍ର ଫକୀର ମୋହନ ସେନାପତିଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହ ଧୂପଦୀପ ପ୍ରଜ୍ବଳନ କରି ଫକୀର ମୋହନ ଙ୍କ ସାମଗ୍ରିକ ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ପ୍ରତ୍ୟୁଷ ରଞ୍ଜନ ଶତପଥୀ, କୁରେଇ ର ମୁଖ୍ୟ ସମ୍ପାଦକ ଡଃ.ବିଭୂତି ଭୂଷଣ ଆଚାର୍ଯ୍ୟ, ସଂସଦର ସମ୍ପାଦକ ରବୀନ୍ଦ୍ରନାଥ ରଥ, ଉପ ସଭାପତି ପ୍ରହ୍ଲାଦ ପ୍ରସାଦ ଲେଙ୍କା, ଡ଼.ପ୍ରତାପ କୁମାର ବେହେରା, ଅଧ୍ୟାପକ ରୂପେଶ ତ୍ରିପାଠୀ, ପ୍ରଦୀପ କହଁର, କୈଳାଶଚନ୍ଦ୍ର ବେହେରା, ରଞ୍ଜିତ କୁମାର ପ୍ରଧାନ, ଡ଼.ବିଶ୍ଵେଶ୍ଵର ଆଚାର୍ଯ୍ୟ, ପୀତବାସ ନାୟକ ପ୍ରମୁଖ ଉପସ୍ଥିତ ରହି ଫକୀର ମୋହନଙ୍କ ସାହିତ୍ୟ ଚର୍ଚ୍ଚା ରେ ଅଂଶଗ୍ରହଣ କରି ଉଦବୋଧନ ଦେବା ସହ ସ୍ବରଚିତ କବିତା ଗୀତ ଆବୃତ୍ତି କରିଥିଲେ। ଶେଷରେ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l