You are currently viewing ଯାଦବ କୂଳ ଗୋଲା ସମାଜର ନୂତନ କର୍ମକର୍ତା ଚୟନ
ଯାଦବ କୂଳ ଗୋଲା ସମାଜର ନୂତନ କର୍ମକର୍ତା ଚୟନ

କୋଦଳା
ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ଶ୍ରୀ ଝାଡେଶ୍ବର ମନ୍ଦିର ଠାରେ ରବିବାର ୧୮ ଖଣ୍ଡ ଗ୍ରାମବାସୀଙ୍କୁ ନେଇ ଯାଦବ କୂଳ ଗୋଲା ସମାଜର ଏକ ସମାବେଶ ଆୟୋଜିତ ହୋଇଯାଇଛି। ଖଲ୍ଲିକୋଟ ଯାଦବ କୂଳ ଗୋଲା ସମାଜର ପୂର୍ବତନ ପଦାଧିକାରୀ ମାନଙ୍କୁ ନେଇ ବିବାଦ ଉପୁଜିଥିଲା ଏବଂ ଏହି ବିବାଦ କୋଦଳା ଥାନାରେ ପହଞ୍ଚିଥିଲା। ଗତ ନଭେମ୍ବର ୭ ରେ କୋଦଳା ଥାନା ଅଧିକାରୀଙ୍କ ପରାମର୍ଶ ପ୍ରକାରେ ଉଭୟ ପ୍ରତିଦ୍ୱନ୍ଦୀ ମାନଙ୍କୁ ନେଇ ଏକତ୍ରୀତ ହୋଇ ସଭା କରାଇବା ସହ ଉକ୍ତ ସମାଜର ନୂତନ କର୍ମକର୍ତା ଚୟନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ରବିବାର ଝାଡେଶ୍ବର ମନ୍ଦିର ପ୍ରାଙ୍ଗଣରେ ପ୍ରାୟ ୫୦୦ ଜଣ ସମାଜର ସଭ୍ଯ ଏକତ୍ରୀତ ହୋଇ ନୂତନ କର୍ମକର୍ତା ଚୟନ କରିଛନ୍ତି। ସର୍ବ ସମ୍ମତି କ୍ରମେ ଭାସ୍କର ପାତ୍ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସମ୍ପାଦକ ଭାବେ ଏ ଭୀମ ପାତ୍ର, ଉପ ସଭାପତି ଏନ୍ ସମା ପାତ୍ର, ଅଧିକାରୀ ବି ସୁବାସ ପାତ୍ର, କୋଷାଧ୍ୟକ୍ଷ ଭାବେ ଏସ୍ ଦୁର୍ଯ୍ୟୋଧନ ପାତ୍ର ମନୋନୀତ ହୋଇଛନ୍ତି। ଆଗାମୀ ଦିନରେ ସମାଜର ସମସ୍ତ ପ୍ରକାର ବାଦ ବିବାଦ ସମାଧାନ କରିବା ସହ ହିସାବ କିତାବ ସଠିକ୍ ଭାବେ ପରିଚାଳନା କରିବା ଏବଂ କୂଳ ସମାଜର ଉନ୍ନତି ସାଧନ ନିମନ୍ତେ ସମସ୍ତ ଚେଷ୍ଟା କରିବେ ବୋଲି କହିଛନ୍ତି ନୂତନ ସଭାପତି ଭାସ୍କର ପାତ୍ର।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।