You are currently viewing ଜେବିଆର ହସ୍ପିଟାଲ ଦେବ ମହା ଶିବରାତ୍ରି ଭେଟି : ଆରମ୍ଭ ହେବ NICU ଚିକିତ୍ସା ସେବା ।
ଜେବିଆର ହସ୍ପିଟାଲ ଦେବ ମହା ଶିବରାତ୍ରି ଭେଟି : ଆରମ୍ଭ ହେବ NICU ଚିକିତ୍ସା ସେବା ।

ଅନୁଗୁଳ ( ଦିଲୀପ କୁମାର ଚୋପଦାର ) ଜିଲ୍ଲାର କୋଇଲା ନଗରୀ ତାଳଚେର ହାଣ୍ଡିଧୁଆ – ଡେରା ଛକ ତଥା ପୁରୁଣା ହରଗୌରି ସିନେମା ହଲ ମାର୍ଗ ରେ ରହିଥିବା ଜେବିଆର ହସ୍ପିଟାଲରେ ପବିତ୍ର ମହା ଶିବରାତ୍ରି ଅବସର ରେ ” ନବଜାତ ଶିଶୁ ଜରୁରୀ ଚିକିତ୍ସା ସେବା ” ଆରମ୍ଭ ହେବାକୁ ନେଇ ହସ୍ପିଟାଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଭଗବାନ ପ୍ରଧାନ (ଅଧ୍ୟକ୍ଷ, ଜେବିଆର ହସ୍ପିଟାଲ ) ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ତାଳଚେର ଜେବିଆର ହସ୍ପିଟାଲରେ ଉତ୍ତମ ସ୍ବାସ୍ଥ୍ୟ ସେବା ସାଙ୍ଗକୁ ସମସ୍ତ ଭିତ୍ତିଭୂମି ରହିଥିବାରୁ ଏହ‌ି ହସ୍ପିଟାଲକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ଅନ୍ତଭୂର୍କ୍ତ କରାଯାଇଛି। ଏଥି ସହିତ ଆଶନ୍ତା ଦିନ ରେ ଜେବିଆର ହସ୍ପିଟାଲ ରେ ବିଭିନ୍ନ ରୋଗ ର ନିଦାନ ପାଇଁ ଜରୁରୀ କାଳୀନ ସେବା ଆରମ୍ଭ ହେବ ବୋଲି ଜେବିଆର ହସ୍ପିଟାଲ ର ଅଧ୍ୟକ୍ଷ ଭଗବାନ ପ୍ରଧାନ ପ୍ରକାଶ କରିଛନ୍ତି।

ଏଥିସହିତ ସେ କହିଛନ୍ତି ଯେ, ଅନୁଗୁଳ ଜିଲ୍ଲାରେ ନବଜାତ ଶିଶୁଙ୍କ ପାଇଁ ଜରୁରୀ ସେବା ସଠିକ ଭାବରେ ଉପଲବ୍ଧ ହୋଇ ପାରୁନଥିବାରୁ ସେ ଏହିଭଳି ପଦକ୍ଷେପ ନେବା ସହ ହସ୍ପିଟାଲରେ ଗୁରୁତର ଶିଶୁମାନଙ୍କୁ କିଭଳି ଅଧିକରୁ ଅଧିକ ଚିକିତ୍ସା ଯୋଗାଇ ଦିଆଯାଇପାରିବ ସେ ସମ୍ପର୍କରେ ସଦା ସର୍ବଦା ଜେବିଆର ହସ୍ପିଟାଲ ତତ୍ପରତା ଦେଖାଉଛି ବୋଲି ସୂଚନା ଦେଇଛନ୍ତି ।

ତେବେ ନବଜାତ ଶିଶୁଙ୍କ ପାଇଁ ଏହି ଜରୁରୀ ଚିକିତ୍ସା ସେବା ଆରମ୍ଭ ହେଲେ ଅଞ୍ଚଳବାସୀ ଦୂର ଦୁରାନ୍ତକୁ ନଯାଇ ଏହି ଠାରେ ଉତ୍ତମ ସେବା ପାଇ ପାରିବେ ବୋଲି ଲକ୍ଷ ରଖାଯାଇଛି । ଏହାକୁ ନେଇ ଅଞ୍ଚଳବାସୀ ଏବଂ ବୁଦ୍ଧିଜୀବୀ ଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିବା ସଙ୍ଗେ ସଙ୍ଗେ ଜେବିଆର୍ ହସ୍ପିଟାଲ ର ଏତାଦୃଶ କାର୍ଯ୍ୟ ପାଇଁ ଧନ୍ୟବାଦ୍ ପ୍ରଶଂସା କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ହସ୍ପିଟାଲ ର ଶିଶୁ ରୋଗ ବିଶେଷଜ୍ଞ ଡ଼ାଃ ଚନ୍ଦନ କୁମାର ମାରାଣ୍ଡି , ଡ଼ାଃ ଶ୍ବେତା ନାଏକ ମଧ୍ୟ ଉପସ୍ଥିତ ରହି ଚିକିତ୍ସା ପ୍ରଣାଳୀ ସମ୍ବଦ୍ଧରେ ବିଭିନ୍ନ ଦିଗରୁ ଆଲୋକପାତ କରିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଜେବିଆର ହସ୍ପିଟାଲ୍ ପକ୍ଷରୁ ବିଭିନ୍ନ ଜନ ହିତକର ସେବା କାର୍ଯ୍ୟକ୍ରମ ହାତ କୁ ନେଇ ଗରିବ ଲୋକଙ୍କୁ କମ୍ବଳ ବାଣ୍ଟିବା ସହିତ ଅନେକ କାର୍ଯ୍ୟକ୍ରମ କରାଯାଉଛି ତତ୍ ସହିତ ଦୁଶ୍ଚିନ୍ତା ରୁ ମୁକ୍ତି ଏବଂ ସମାଜରେ ମହତ୍ ଚିନ୍ତାଧାରା ର ମଣିଷ ଗଠନ ର ପ୍ରୟାସ ସ୍ୱରୂପ ଆଧ୍ମାତ୍ମିକ ବାତାବରଣ ସୃଷ୍ଟି କରିବା ଲକ୍ଷ ନେଇ କଳସାଧିବାସ, ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟାଣ ନାମ ସଙ୍କୀର୍ତ୍ତନ, ଯଜ୍ଞ, ପ୍ରବଚନ ସହିତ ପ୍ରଭୁ କୃପା ଲାଭ ପାଇଁ ଯଜ୍ଞାନ୍ନ ପ୍ରସାଦ ସେବନ ର ବ୍ୟବସ୍ଥା କରା ଯାଇଥିବା ସୂଚନା ମିଳେ । ଯେବିଆର୍ ଜଗନ୍ନାଥ କଲୋନୀ ରେ ଏହି ଆଧ୍ମାତ୍ମିକ ଉତ୍ସବ ଦଶ ଦିନ ବ୍ୟାପୀ ତା: ୧୯.୨.୨୬ ରୁ ଆରମ୍ଭ ହୋଇ ତା: ୧.୦୩.୨୬ ପର୍ଯ୍ୟନ୍ତ ଚାଲିବ ।

ଏହି କାର୍ଯକ୍ରମ ରେ ଭାଗ ନେଇ ପ୍ରଭୁ କୃପା ଲାଭ ପାଇଁ ଶ୍ରଦ୍ଧାଳୁ ମାନଙ୍କୁ ଜେବିଆର ହସ୍ପିଟାଲ୍ ଅଧ୍ୟକ୍ଷ ଶ୍ରୀ ଭଗବାନ ସାହୁ ନିବେଦନ କରିଛନ୍ତି ।