You are currently viewing ସାନଖେମୁଣ୍ଡିରେ ବିଜେଡିର ୬୦ ନଂ ଜୋନରେ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ।
ସାନଖେମୁଣ୍ଡିରେ ବିଜେଡିର ୬୦ ନଂ ଜୋନରେ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ସାନଖେମୁଣ୍ଡି, ୦୭/୧୦/୨୦୨୩ : ବିଜେଡି ପକ୍ଷରୁ ପ୍ରତିବର୍ଷ ପାଳିତ ହେଉଥିବା ଜନ ସଂପର୍କ ପଦଯାତ୍ରା ଆଜି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ୬୦ ନଂ ଜୋନରେ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ସାତପେଣ୍ଠ ଗୋପାଳପୁର ପଞ୍ଚାୟତର ପ୍ରତାପଗିରି ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରୁ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ଉଭୟ ଧରାକୋଟ ଏବଂ ସାନଖେମୁଣ୍ଡି ବ୍ଲକ୍ ବିଜେଡି କାର୍ଯ୍ୟକର୍ତ୍ତାଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ବାଇଁ , ଧରାକୋଟ ସମିତି ଅଧ୍ୟକ୍ଷା ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ , ସାନଖେମୁଣ୍ଡି ବ୍ଲକ୍ ଅଧ୍ୟକ୍ଷ ସିମାଞ୍ଚକ ପାତ୍ରଙ୍କ ସମେତ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ , ଜିଲ୍ଲାପରିଷଦ ସଭ୍ୟା ମାମାନି ପାତ୍ର , ଅମିନ ପ୍ରଧାନ , ବିଜୟ କୁମାର ପ୍ରଧାନ , ସରପଂଚ ଧୋବା ସ୍ବାଇଁ , ମହିଳା ବିଜେଡି ସଭାନେତ୍ରୀ ଶ୍ରୀମତୀ ମମତା କୁମାରୀ ପ୍ରଧାନ , ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବିଷୋୟୀ , ସହଦେବ ପ୍ରଧାନ ପ୍ରମୁଖଙ୍କ ସହ ପି ରାମଚନ୍ଦ୍ରପୁର ସରପଂଚ ଅଳୟ ପ୍ରଧାନ , ନିତ୍ୟାନନ୍ଦ ପ୍ରଧାନ , ରାଜୀବ ପାତ୍ର, ସୁବାସ ବାଡ଼ତ୍ୟା କଲୁ ଚାରଣ ଭୂୟାଁ , ଏ ମାଧବ ରାଓ ଦୋରା ପ୍ରମୁଖ ନିର୍ବାଚିତ ଦଜୀୟ ଜନପ୍ରତିନିଧି ଏବଂ ବିଜେଡି ଅନୁଗତ ଯୋଗ ଦେଇଥିଲେ ।

ପ୍ରତାପଗିରି ଶ୍ରୀ ଜଗନ୍ନାଥ ମନ୍ଦିରରୁ ସମବେଶିତ ଭାବେ ପଦଯାତ୍ରା ବାହାରି ସତପେଣ୍ଠ ଗୋପାଳପୁର , ପାଇକ ରାମଚନ୍ଦ୍ରପୁର , ଯିଉରା, ଗଙ୍ଗାପୂର୍, ଆମ୍ବଗାଁ , ଚୁଡ଼ଙ୍ଗପୁର ଆଦି ପଞ୍ଚାୟତରେ ପଦଯାତ୍ରା ପରିକ୍ରମଣ କରିଥିଲା । ଜନସମ୍ପର୍କ ପଦଯାତ୍ରାରେ ପ୍ରତି ଗ୍ରାମରେ ପଥପ୍ରାନ୍ତ ସଭାକରି ଗ୍ରାମବାସୀଙ୍କୁ ମୋ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ସମ୍ପର୍କରେ ସଚେତନତା କରିବା ସହିତ ରାଜ୍ୟ ସରକାରଙ୍କ ଜନମଙ୍ଗଳକାରୀ ଶିକ୍ଷା ,ସ୍ବାସ୍ଥ୍ୟ ଗମନାଗମନ , କୃଷି ଓ କୃଷକ ହିତକାରୀ ଯୋଜନା ସମନ୍ଧରେ ସଚେତନା କରିଥିଲେ ।

ସାଢେ଼ ଚାରି କୋଟି ଜନତାଙ୍କ ସ୍ୱାର୍ଥରେ କାମ କରୁଥିବା ବିଜେଡି ତାର ସଫଳତାରେ ନିମ୍ନବର୍ଗଙ୍କ ଭାଗିଦାରୀକୁ ନେଇ ଶ୍ରେୟତା ବଜାୟ ରଖିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଇଥିଲେ । ଏହା ସହିତ ପ୍ରଚଳିତ ବିକାଶ ଧାରାକୁ ବଜାୟ ରଖିବାକୁ ଜନସାଧାରଣଙ୍କୁ ଆହ୍ଵାନ ସହ ବିଜେଡି ସପକ୍ଷରେ ଜନମତ ବଜାୟ ରଖିବାକୁ ସାଧାରଣରେ ଆହ୍ଵାନ ଦେଇଥିଲେ ।