ସାଧାରଣ ନିର୍ବାଚନ ପୂର୍ବରୁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ରାଜନୀତି ସରଗରମ ହେବାରେ ଲାଗିଛି। ନିର୍ବାଚନ ପୂର୍ବରୁ ଆଶାୟୀ ପ୍ରାର୍ଥୀ ମାନେ ନିଜ ନିଜର ସାଂଗଠନିକ ସ୍ଥିତିକୁ ସୁଦୃଢ କରିବାରେ ଲାଗି ପଡ଼ିଛନ୍ତି। ବିଗତ ଦିନରେ ଏଠାରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ଅଞ୍ଚଳର ବରିଷ୍ଠ ନେତା ହରପ୍ରସାଦ ସାହୁ ଏବେ ନିଜର ସଂଗଠନ ସୁଦୃଢ଼ କରି ବିଜୁ ଜନତା ଦଳର ଟିକେଟ୍ ଲବି କରୁଥିବା ଜଣାପଡ଼ିଛି। ଏଥିପାଇଁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଚାଲୁଥିବା ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ଶ୍ରୀ ସାହୁ। ଗତ କାଲି ହର ପ୍ରସାଦ ସାହୁଙ୍କ କବିସୂର୍ଯ୍ୟନଗର ଗସ୍ତକୁ ନେଇ ସହରରେ ଅଦିନିଆ ଦୀପାବଳି ଦେଖିବାକୁ ମିଳିଛି ।ହଜାର ହଜାର କର୍ମକର୍ତ୍ତାଙ୍କ ସହ ଶ୍ରୀ ସାହୁ କବିସୂର୍ଯ୍ୟନଗରରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ହର ପ୍ରସାଦଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଛନ୍ତି ସ୍ଥାନୀୟ ଲୋକେ ।
କବିସୂର୍ଯ୍ୟନଗରରେ ଚାଲିଥିବା ଶନିଦେବଙ୍କ ମନ୍ଦିର ଓ ସାଇବାବାଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବର ଅନ୍ତିମ ସନ୍ଧ୍ୟାରେ ଶନିଦେବଙ୍କ ସିଂହାସନ ଆରୋହଣ ପରେ ଯଜ୍ଞ ପୂର୍ଣ୍ଣାହୁତି ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ହରକଂ ପରିବାର। ଶ୍ରୀ ସାହୁ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ କୋଦଳା ଠାରୁ କବିସୂର୍ଯ୍ୟନଗର ଯାଇଥିବା ବେଳେ ରାସ୍ତାର ବିଭିନ୍ନ ସ୍ଥାନରେ ତାଙ୍କୁ କର୍ମକର୍ତ୍ତାଙ୍କ ଦ୍ବାରା ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।ତେବେ ଏଭଳି ଶୋଭାଯାତ୍ରା ପରେ ଏବେ ସହର ତଥା ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଆଲୋଚନା ଜୋର୍ ଧରିଛି ।ଶ୍ରୀ ସାହୁ ଜଣେ ସୁ ସଂଗଠକ ଓ ନିଃସ୍ବାର୍ଥପର ବ୍ଯକ୍ତି ଭାବେ ଅଞ୍ଚଳରେ ବେଶ୍ ପରିଚିତ ଥିବାରୁ ଚଳିତ ସାଧାରଣ ନିର୍ବାଚନରେ ତାଙ୍କୁ ବିଜୁ ଜନତା ଦଳରୁ ଟିକେଟ୍ ଦିଆଯିବାକୁ ଦାବି କରୁଛନ୍ତି ଅଞ୍ଚଳବାସୀ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
