ଆସିକା,(ଶକ୍ତି ପ୍ରସାଦ କର)୨୬/୮-ଗଞ୍ଜାମ ଜିଲ୍ଲାରେ ୫-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଆସିକା ଗସ୍ତକୁ ନେଇ ଚଳଚଂଚଳ ଉଠିଥିଲା ।୫-ଟି ସଚିବଙ୍କ ଦ୍ୱିତୀୟ ଦିନ ଗସ୍ତରେ ଭଞ୍ଜନଗର ଓ ସୋରଡା କାର୍ଯ୍ୟକ୍ରମ ପରେ ଦିନ ପ୍ରାୟ ୧.୩୦ ମିନିଟ ସମୟରେ ଆସିକା କଲେଜ ଛକ ଅସ୍ତାୟୀ ହେଲିପେଡ ଠାରେ ଓହ୍ଲାଇଥିଲେ । ଜିଲ୍ଲା ପ୍ରସାଶନ,ସ୍ଥାନୀୟ ପ୍ରସାଶନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ହୁଳହୁଳୀ ଓ ପାଣ୍ଡିଆନ ଜିନ୍ଦାବାଦ ପ୍ରକମ୍ପିତ ଶଦ୍ଧରେ ସଭା ସ୍ଥଳକୁ ପାଛୋଟି ନିଆଯାଇଥିଲା ।

ସଭା ସ୍ଥଳ ନିକଟରେ ହଜାର ହଜାର ବିଜେଡି କର୍ମୀ, ମିଶନଶକ୍ତି କର୍ମୀ, ଛାତ୍ରଛାତ୍ରୀଙ୍କ ଠାରୁ ବିଭିନ୍ନ ସମସ୍ୟାର ଦାବୀ ପତ୍ରକୁ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗ୍ରହଣ କରିଥିଲେ । ଏହା ପରେ ସୁସଜ୍ଜିତ ସଭା ମଣ୍ଡପରେ ପହଁଚି ଥିଲେ । ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ଆସିକା ବ୍ଲକର ଆସିକା ବିଜ୍ଞାନ ମହାବିଦ୍ୟାଳୟ, ଏନ.ବି.ସି ମହାବିଦ୍ୟାଳୟ, ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ, ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ କୁ ୫-ଟି ରେ ସାମିଲ କରି ରୁପାନ୍ତରିତ କରିଥିଲେ ।

ସେହିଭଳି ଆସିକା ସବଡିଭିଜନ ମେଡିକାଲକୁ୪୨ କୋଟି ଟଙ୍କା ଅନୁଦାନ ସ୍ୱରୁପ ରୁପାନ୍ତିରକରଣ, ମିଶନ ଶକ୍ତି ଜରିଆରେ ମହିଳା ମାନଙ୍କୁ ୫ ଲକ୍ଷ ଟଙ୍କା ବିନା ସୁଧରେ ଋଣ ପ୍ରଦାନ କରିବା, ସ୍ଥାନୀୟ ସମସ୍ତ ସରକାରୀ କାର୍ଯ୍ୟ ମିଶନ ଶକ୍ତି ଦ୍ୱାରା କରା ଇବା, ମିଶନ ଶକ୍ତି ମହିଳା ମାନଙ୍କୁ ଖାଲି ପଡିଥିବା ସରକାରୀ କୋଠା ଯୋଗାଇବା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ଓ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ଘୋଷଣା କରିଥିଲେ ।

କୃଷକ ମାନଙ୍କ ଉଦ୍ଧେଶ୍ୟରେ ଫସଲ ବୀମା ପ୍ରିମିୟମ ମାଗଣାରେ ଯୋଗାଇବା । କୃଷକ ମାନଙ୍କୁ ବିନା ସୁଧରେ୧ ଲକ୍ଷ ଟଙ୍କା ପ୍ରଦାନ କରିବା ଆଦି ଘୋଷଣା କରିଥିଲେ । ଆସିକା ବ୍ଲକରେ ଥିବା ସମସ୍ତ ମନ୍ଦିର, ମସଜିଦ, ଗୀର୍ଜାକୁ ରୁପାନ୍ତରୀକରଣ ପାଇଁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ପ୍ରଦାନ କରିବା ଘୋଷାଣା କରିଥିଲେ । ଆସିକା କଲେଜ ଛକରେ ୫-ଟି ସଚିବଙ୍କ ଗସ୍ତ ପରେ ପୋଲସରା ବ୍ଲକୁ ଗସ୍ତ କରିଥିଲେ । ଏହି ଗସ୍ତ ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇଥିବା ବେଳେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ ଲୋକ ସାମିଲ ଥିଲେ । ସେପଟେ ଏହି କାର୍ଯ୍ୟକ୍ରମରେ କୋଣସି ଜନପ୍ରିତନିଧିଙ୍କୁ ଛଡାଯାଇନଥିବା ବେଳେ ଖବର ସଂଗ୍ରହ ପାଇଁ ଯାଇଥିବା ସମସ୍ତ ଗଣପ୍ରତିନିଧୀଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲା । ଆସିକା ସହରରେ ବିଜେପି ପକ୍ଷରୁ ଭି.କେ.ପାଣ୍ଡିଆନ ଗସ୍ତକୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଆସିକା ଏନଏସି ୱାର୍ଡ ନମ୍ବର-୧ କାଉନସିଲର ସରୋଜ ଭଞ୍ଜ, ଏନଏସି ୱାର୍ଡ ନମ୍ବର-୧୬ କାଉନସିଲର ରାଘବ ସିଅ ସମେତ ବହୁ ବିଜେପି କର୍ମୀ ବିରୋଧ ପ୍ରଦର୍ଶନ କରିଥିଲେ । ସେହିଭଳି କଂଗ୍ରେସ ଯୁବ ନେତା ଅନିଲ କୁମାର ପରିଡାକୁ ପୂର୍ବରୁ ପୋଲିସ କାବୁ କରି ଥାନାରେ ଅଟକ ରଖିଥିଲେ । ସୁରକ୍ଷା ଦୃଷ୍ଟିରୁ ଆସିକା ବ୍ଲକ ଠାରେ ମିଶନ ଶକ୍ତି କାଫେ ର ଉଦଘାଟନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା । ଆସିକା ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁଙ୍କ ନେତୃତ୍ୱରେ ବିଜୁ ଛକରେ ଥିବା ବିଜୁ ପ୍ରତିମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ସାଂସଦ ପ୍ରତିନିଧି ସତ୍ୟ ନାରାୟଣ ସ୍ୱାଇଁ,ଏନଏସି ସ୍ୱେଚ୍ଚାସେବୀ,ୱାର୍ଡ ଅଫିସର,ସମସ୍ତ କର୍ମଚାରୀ ୫-ଟି ସଚିବ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମର ଯୋଗ ଦେଇଥିଲେ ।

