You are currently viewing ପୁରୁଷୋତ୍ତମପୁର ବ୍ଲକ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ଚିନ୍ତନ ବୈଠକ ଅନୁଷ୍ଠିତ
ପୁରୁଷୋତ୍ତମପୁର ବ୍ଲକ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ଚିନ୍ତନ ବୈଠକ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ୧୫ ଟି ପଞ୍ଚାୟତ ପାଇଁ ମହାନଦୀ ମେଗା ଜଳଯୋଗଣା ପାଇଁ ୧୫ ସହ ୧0 କୋଟି ଟଙ୍କାର ପକଳ୍ପକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ କରିଥିବା ଯୋଗୁ ଆଜି ପୁରୁଷୋତ୍ତମପୁର ବ୍ଲକ ବିଜେଡି ତରଫରୁ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟ ମଣି ବୈଦ୍ୟଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଦେବାପାଇଁ ଆଜି ପୁରୁଷୋତ୍ତମପୁର ଡାକ ବାଙ୍ଗଳା ଠାରେ ଚିନ୍ତନ ବୈଠକ ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ଶୁଭ୍ରାଂଶୁ ଶେଖର ସାବତ, (ପିଣ୍ଟୁ ) ଙ୍କ ସଂଯୋଜନା ଏବଂ ବ୍ଳକ ସଭାପତି ଚିତ୍ତରଞ୍ଜନ ପାଣିଗ୍ରାହୀ ଙ୍କ ସଭାପତିତ୍ୱ ରେ ଆୟୋଜିତ ହୋଇଯାଇଛି ଳ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟ ମଣୀ ବୈଦ୍ୟ ଯୋଗଦେଇଥିବା ବେଳେ ଏହି ଆୟୋଜିତ ସଭାରେ ମଞ୍ଚାସିନ ବରିଷ୍ଠ ବିଜେଡି ନେତା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବାଉରୀ ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ଦାସ, ପୂର୍ବତନ ବ୍ଲକ ଅଧକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା’ସନ୍ତୋଷ ପଣ୍ଡା’ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ଼, ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ‘ ବ୍ଲକର ପୂର୍ବତନ ଉପାଧ୍ୟକ୍ଷା ବବିତା ରାଉଳ ‘ ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା,ଜିଲ୍ଲାପରିଷଦ ସଭ୍ୟ ରଞ୍ଜିତ କୁମାର ବେହେରା,ଗଞ୍ଜାମ ଜିଲ୍ଲା ବିଜେଡି ଉପ ସଭାପତି,

ଦିଗାମ୍ବର ପାଣିଗ୍ରାହୀ ” ଯୁବ ବିଜେଡି ଜିଲ୍ଲା ସମ୍ପାଦକ ଶୁଭ୍ରାଂଶୁ ଶେଖର ସାବତ, ଜିଲ୍ଲା ବିଜେଡି କାର୍ଯ୍ୟକାରି ସଦସ୍ୟ ଅଶୋକ କୁମାର ମହାଙ୍କୁଡ ‘ ସ୍ୱାରାଜ୍ୟ ପାଣିଗ୍ରାହୀ’ରାଇପୁର ସମିତି ସଭ୍ୟା ଉଷାରାଣୀ ବେହେରା, ଭବାନୀ ଶଙ୍କର ପଣ୍ଡା, ଜିଲ୍ଲା ବିଜେଡି ସମ୍ପାଦକ ନିର୍ମଳଚନ୍ଦ୍ର ସାହୁ, ଜଗତ ମୋହନ ପଣ୍ଡା’ ନଗର ବିଜେଡି ସଭାପତି ପ୍ରଭାତ କୁମାର ପଟ୍ଟନାୟକ, ପ୍ରେମାନନ୍ଦ ସାହୁ ପ୍ରମୁଖ ମଞ୍ଚାସିନ ରହି ନିଜ ନିଜର ଅଭିଭାଷଣରେ ବିଶ୍ୱାସ କରାଯାଉନଥିବା ଘଟଣା କୁ ଆଜି ସତ୍ୟରେ ମହାନଦୀ ମେଗା ଜଳାଯୋଗଣ ପକଳ୍ପ ମଞ୍ଜୁରୀ ଯୋଗୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଓ ଧନ୍ୟବାଦ ଦେବା ସହିତ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଜେଡି ସଙ୍ଗଠନକୁ ଆମେ ସମସ୍ତେ ମିଳିମିଶି ସଂଗଠନକୁ ମଜବୁତ କରି ଆଗକୁ ହେବା କୁ ଥିବା ନିର୍ବାଚନରେ ବିଜେଡିର ସାଂସଦ” ବିଧାୟିକା’ ବିଧାୟକ ପାର୍ଥିଙ୍କୁ ବିଜୟ କରି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଏକ ସାଙ୍ଗଠନିକ ବୈଠକ ରେ ମତ ରଖିଥିଲେ ନେତା ମାନେ l

ପୁରୁଷୋତ୍ତମପୁର ବିଜେଡି ବରିଷ୍ଠ,କନିଷ୍ଠ, ଛାମୁଆ ବିଜେଡି ନେତୃତ୍ୱ ମଣ୍ଡଳୀର କର୍ମୀ ଉପସ୍ଥିତ ରହି ବିଜେଡି ଶଙ୍ଖ ଚି଼ହ୍ନ କୁ ଆଗାମୀ ନିର୍ବାଚନ ରେ ବିପୁଳ ପରିମାଣରେ ବିଜୟୀ କରିବା ପାଇଁ ସଂକଳ୍ପ ନେଉଥିଲେ l

ପୁରୁଷୋତ୍ତମପୁର ପ୍ରତିନିଧି ପ୍ରସନ୍ନ କୁମାର ଦାସ