You are currently viewing 7ଦଫା ଦାବିନେଇମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ସ୍ଵପ୍ନେଶ୍ଵର କୃଷକ ସଙ୍ଘ ର ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ
7ଦଫା ଦାବିନେଇମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ସ୍ଵପ୍ନେଶ୍ଵର କୃଷକ ସଙ୍ଘ ର ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ

ପୁରୁଷୋତ୍ତମପୁର ସହର ରେ ଥିବା ସପ୍ନେଶ୍ଵର କୃଷକ ସଙ୍ଘ ତଥା ଅଞ୍ଚଳ ଚାଷୀ ମାନଙ୍କର ଜମିକୁ ଜଳସେଚନସମସ୍ୟାର ସମାଧାନ, ଏବଂ ଅସାଧୁ ବ୍ୟକ୍ତିଙ୍କ ଅକ୍ତିଆରରେ ଥିବା ନାଳ ଓ ସରକାରୀ ଜମିକୁ ପୁନଃରୁଦ୍ଧାର, ପ୍ଲଟ ବେପାରିଙ୍କ ମନମୁଖୀ ଯୋଗୁଁ ଚାଷ ଜମିକୁ ପୁଣି ଜଳସେଚିତ କରିବାପାଇଁ ଆଜି ପୂର୍ବାହ୍ନରେ କୃଷକ ସଙ୍ଘର ପ୍ରାୟ ତିରିଶି ଜଣ ଚାଷୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ 7ଦଫା ଦାବି ପାତ୍ରନେଇ ତହସିଲଦାର ଲୋପାମୁଦ୍ରାରଥଙ୍କୁଦେଇଛନ୍ତି | ସେହି ଦାବିଗୁଡିକ ହେଲା
ଅଞ୍ଚଳରେ ଦୀର୍ଘଦିନ ହେଲା ଚାଷ ଓ ବନ୍ୟାପାଣି ସମ୍ୱନ୍ଧୀୟ ନିମ୍ନଲିଖତ ସମସ୍ୟାମାନ ରହିଅଛି । ଯାହାଦ୍ବାରା କି ଆମ୍ଭେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଅଛୁ । ପ୍ରଶାସନ ତରଫରୁ କୌଣସି ପ୍ରକାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରୁ ନାହିଁ । 1— ସବ୍-ମାଇନର ଗେଟ୍ ନ”-22 ଠାରୁ ବାହାରିଥିବା ନାଳ (ଧାଡ଼ିଆମ୍ବନାଳ) ସମ୍ପୂର୍ଣ ପୋତି ହୋଇଯାଇଛି । 2. —ସବ୍-ମାଇନର୍‌ ଗେଟ୍ ନମ୍ବର 21 ବିଏସଏନଏଲ ଅଫିସ ଠାରୁ ଆଂକୁଲା ବନ୍ଧ ଦେଇ କାଠୁଆ ନାଳ ପର୍ଯ୍ୟନ୍ତ ଯାଇଥିବା ନାଳ ଉଦ୍ଧାର ଅସମ୍ପୂର୍ଣ ହୋଇ ରହିଛି । କାରଣ କେତେକ ଅସାଧୁ ବ୍ୟକ୍ତି ଉକ୍ତ ନାଳକୁ ଅଧିକାରରେ ରଖୁଛନ୍ତି ।
ଏନଏସି ନାଳର ମଇଳା ପାଣି ବିଏସଏନଏଲ ଅଫିସ ନାଳ ଦେଈବିଲରେ ପଶି ସବୁବେଳେ ଫସଲ ନଷ୍ଟ ହେଉଛି ଓ ଓ ବିଜ୍ଞାପିତ ଅଞ୍ଚଳ କର୍ତ୍ତୃପକ୍ଷଙ୍କୁ ବାରମ୍ଵାର ଅଭିଯୋଗ କଲେ ମଧ୍ୟ ଏହାର କୌଣସି ସମାଧାନ କରାଯାଉନାହିଁ I ଏନଏସି ର ଉକ୍ତ ମଇଳା ପାଣିକୁ କାଠୁଆ ନାଳରେ ପକାଇବା ବ୍ୟବସ୍ଥା କରାଯାଉ | 3—ଶଙ୍ଖ ପର୍ଯ୍ୟନ୍ତ ଦୀର୍ଘ ତିନିବର୍ଷ ହେଲା କଂକ୍ରିଟ୍ ଡ୍ରେନ୍ କାମ ଚାଲିଛି କିନ୍ତୁ ସ୍ବପ୍ଲେଶ୍ବର ମନ୍ଦିର ଛକ ଠାରୁ ବଡ଼ ଶଙ୍ଖ ଆଜି ପର୍ଯ୍ୟନ୍ତତାହା ସମାପ୍ତ ହୋଇପାରି ନାହିଁ । 5. –ପୋତି ହୋଇ ରହିଥ‌ିବା ଅନ୍ୟ କେତୋଟି ନାଳ କିଛି ପ୍ଲଟ୍ ବେପାରୀ ଓ ସ୍ବାର୍ଥପର ଲୋକ ନିଜ ଅକ୍ତିଆରରେ ରଖୁଛନ୍ତି, ଯାହାପଳରେ ପାଣି ନିଷ୍କାସନ ନହୋଇ ଫସଲ ନଷ୍ଟ ହେଉଛି । ଉଦାହରଣ ସ୍ବରୂପ ଲୁଙ୍ଗିଆଧାର, ଧାଡିଆମ୍ବ, ଗୁଣ୍ଡୁଚି, ଆଙ୍କୁଲା, ଚତରା ନାଳ ଇତ୍ୟାଦି । 6.— ବଡ଼ ଶଙ୍ଖ ଉପରକୁ ଥିବା ଲୁଙ୍ଗି ଘାଇ (ଜଳାଧାର) ସମ୍ପୂର୍ଣ୍ଣ ପୋତି ହୋଇଯାଇଛି । ଉକ୍ତ ନାଳକୁ ପୁନରୁଦ୍ଧାର କରାଯାଉ, ଉଦାହରଣ ସ୍ବରୂପ- ଚତୁରା ନାଳ, ପାଳଧୁଆ ଘାଇ ଇତ୍ୟାଦି । 7. —କାଠୁଆ ନାଳର ବଡ଼ଶଙ୍ଖ, ଚତୁରା ନାଳ ଓ ଆଙ୍କୁଲା ନାଳର ଉଚିତ ଜାଗା ନିର୍ଦ୍ଧାରଣ ନିମନ୍ତେ ଜଗନ୍ନାଥପୁର ଡ୍ରେନେଜ୍ ଡିଭିଜନ୍ ତରଫରୁ ପୁରୁଷୋତ୍ତମପୁର ତହସିଲଦାରଙ୍କ ନିକଟରେ ଦିମାର୍କସେନ ପାଇଁ ବାରମ୍ବାର ଆବେଦନ କରାଯାଇଛି । କିନ୍ତୁ ସ୍ଥାନୀୟ ତହସିଲଦାର ସେ ଦିଗରେ କୌଣସି ପ୍ରକାର ସହଯୋଗ କରୁନଥିଲେ, ତେଣୁ ଆପଣ ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି | ତେବେ ତହସିଲଦାର ଲୋପାମୁଦ୍ରା ରଥ ଚାଷୀ ମାନଙ୍କ ଦାବିକୁ ହୃଦୟଙ୍ଗମକରି ଡିମାର୍ଜେସନ ହେବାକୁ ଥିବା ସ୍ଥାନକୁ ଆର ସପ୍ତାହରେ ଡ଼ିମାରକେସନ କରିବାକୁ ପ୍ରତିଶୃତି ଦେଇଛନ୍ତି |

ତହସିଲଦାର ଙ୍କ ଏହି ପ୍ରତିଶୃତି କୁ ଚାଷୀସଙ୍ଘ ସ୍ୱାଗତ କରିଛି | ଆଜିର ଏହି ଦାବିପତ୍ର ଦେବା କାର୍ଯ୍ୟକ୍ରମ ରେ ସଭାପତି ଏ ମକୁନ୍ଦ ରାଓ, ସମ୍ପାଦକ କିଶୋର କୁମାର ଶାସମଲ, କୋଷାଧକ୍ଷ ରମେଶ ଚନ୍ଦ୍ର ଗୌଡ଼,ସନ୍ତୋଷ ଗୌଡ଼, ତ୍ରିନାଥ ବେହେରା,ମନମୋହନ ପାଢ଼ୀ ଗଣି ଗୌଡ଼, କୁମ୍ଭାର ଗୌଡ଼, ସନ୍ତୋଷ ବେହେରା, ପ୍ରଶାନ୍ତ ବେହେରା, ସଦାଶିବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ | ରିପୋର୍ଟ ପ୍ରସନ୍ନ କୁମାର ଦାସ