You are currently viewing ବେନାମୀ ମହାରଣା ସଂଘର ଛତ୍ରଭଙ୍ଗପୋଲିସ ବନ୍ଦ କଲା ବୈଠକ
ବେନାମୀ ମହାରଣା ସଂଘର ଛତ୍ରଭଙ୍ଗପୋଲିସ ବନ୍ଦ କଲା ବୈଠକ

ପୁରୀ,୨୪/୩-ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ଗତ ୧୮ ତାରିଖ ଦିନ ପୁରୀ ୟୁଥ ହଷ୍ଟେଲ ଠାରେ ବେନାମୀ ବେନିୟମ ସଂଘ ଭୁବନେଶ୍ଵର ବୈଠକରେ ସଦସ୍ଯ ମାନେ ଯୋଗ ନଦେବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହା ମଧ୍ଯ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହା ସତ୍ତ୍ୱେ ଏହି ଅନୈତିକ ସଂଘ ବାରଣ ସତ୍ତ୍ବେ ଭୁବନେଶ୍ଵର ଖାରବେଳ ଥାନା ଅନ୍ତର୍ଗତ ରେଡକ୍ରସ ଭବନରେ ବୈଠକ ଆରମ୍ଭ କରିଥିଲେ । ସ୍ବୀକୃତିପ୍ରାପ୍ତ ସଂଘର ରାଜ୍ୟ ସଭାପତି ସୂର୍ଯ୍ୟନାରାୟଣ ମହାରଣା ଓ ସମ୍ପାଦକ ମନରଞ୍ଜନ ମହାରଣାଙ୍କ ସହ ଶତାଧିକ ସଦସ୍ଯ ଏହି ବୈଠକକୁ ବିରୋଧ କରିଥିଲେ । ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବାରେ ଦୁଇ ପକ୍ଷରୁ ନେତୃବୃନ୍ଦଙ୍କ କାଗଜପତ୍ର ତନଖି ଥାନାରେ କରାଯାଇଥିଲା । ସୂର୍ଯ୍ୟନାରାୟଣଙ୍କ ସଂଘ କାଗଜପତ୍ର ଠିକ ଥିବାବେଳେ ସଂଘ ନାମରେ ଛଦ୍ମଧାରୀ ସଂଘ କୌଣସି ବୈଧ କାଗଜପତ୍ର ଦେଖାଇ ପାରିନଥିଲେ । ଯାହାଫଳରେ ସଭା ଅଧାରୁ ପୋଲିସ ବନ୍ଦ କରିଦେଇଥିଲା । ଏ ସମ୍ପର୍କରେ ଉତ୍କଳ ବିଶ୍ବକର୍ମା ସମିତିର ରାଜ୍ଯ ସଭାପତି ସୂର୍ଯ୍ୟନାରାୟଣ ମହାରଣା ପୁରୀରେ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି ଆମ ସଂଘକୁ ଆଇଜିଆର ସ୍ବୀକୃତି ଦେଇଥିବା ବେଳେ ଏହି ସଂଘ ନାମ ରେଜିଷ୍ଟ୍ରେସନ ଥାଇ ଅନ୍ଯ କୌଣସି ବ୍ଯକ୍ତି ବୈଠକ କରିପାରିବେ ନାହିଁ । ସଂଘର ରାଜ୍ୟରେ ଥିବା ସଭ୍ୟ ମାନଙ୍କୁ ମିଥ୍ଯା ଆଶ୍ବାସନା ଦେଇ ବୈଠକକୁ ଡାକି ଥିବାରୁ ସେମାନେ ବିରକ୍ତ ହୋଇ ଫେରିଥିଲେ । ବୈଠକ ବାହାରେ ଦୁଇପକ୍ଷ ହୋହାଲ୍ଲା କରିବାରୁ ହଲ ପ୍ରକମ୍ପିତ ହୋଇଥିଲା । ବ୍ରହ୍ମପୁର, ପୋଲସରା, ପୁରୀ,କଟକ, ଭୁବନେଶ୍ଵର, ଡେଲାଙ୍ଗ ରୁ ଆସିଥିବା ସଭ୍ୟ ମାନେ ସଭା ବନ୍ଦ ପାଇଁ ଦାବି କରିଥିଲେ । ଗୋଟିଏ ସମିତି ପଞ୍ଜିକରଣ ନମ୍ବରରେ ଦୁଇଟି ପୃଥକ ପୃଥକ ବୈଠକ ହୋଇପାରିବ ନାହିଁ ବୋଲି ବିଧି ରହିଛି । ଯୋଗ ଦେଇଥିବା ମୂଳ ସଂଘର ସଦସ୍ଯ ମାନଙ୍କ ମଧ୍ଯରେ ଯୁଗ୍ମ ସମ୍ପାଦକ ପ୍ରମୋଦ ମହାରଣା ଓ ଭାଗିରଥି ମହାରଣା, କୋଷାଧ୍ୟକ୍ଷ ଗୁରୁଚରଣ ସୂତାର, ଦିବାକର ମହାରଣା, ଗଙ୍ଗାଧର ମହାରଣା ଓ ରାଜ୍ଯ କାର୍ଯ୍ୟକାରୀ ସଭ୍ଯ ସୁଶାନ୍ତ ମହାରଣା, ଗଞ୍ଜାମ ଜିଲ୍ଲା ସଭାପତି ଧିରେନ ମହାରଣା ଓ କାର୍ଯ୍ୟକାରୀ ସଭାପତି ପ୍ରତାପ ମହାରଣା,ଉପଦେଷ୍ଟା ସନାତନ ମହାରଣା, ପୁରୀ ଜିଲ୍ଲା ଉପସଭାପତି ଦେବରାଜ ମହାରଣା, ସଂଗଠନ ସମ୍ପାଦକ ଧର୍ମେନ୍ଦ୍ର ମହାରଣା, ଡେଲାଙ୍ଗ ବ୍ଲକର ରବିନ୍ଦ୍ର ମହାପାତ୍ର ଓ ପ୍ରମୋଦ ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ରାମକୃଷ୍ଣ ମୃଦ୍ଦାବାଦ ଧ୍ବନିରେ ପ୍ରକମ୍ପିତ କରି ଅନୈତିକ ସଭାକୁ ପ୍ରତିବାଦ କରିଥିଲେ । ଏହି ଅନୈତିକ ସଂଘ ବିରୋଧରେ ମାମଲା କରାଯିବ ବୋଲି ଆଡଭୋକେଟ ଧିରେନ ମହାରଣା ସୂଚନା ଦେଇଥିଲେ ।