ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କନଫରେନ୍ସ ହଲରେ ରବିବାର ଦିନ ନବାଗତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚିତ୍ତରଞ୍ଜନ ଦାସଙ୍କ ଅଧ୍ଯକ୍ଷତାରେ ପଞ୍ଚାୟତି ରାଜ ଓ ଲୋକସଭା ଦିବସ ପାଳିତ ହୋଇଯାଇଛି । ଦିଗପହଣ୍ଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଶାନ୍ତ ରଥ , ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ ମଞ୍ଚାସୀନ ରହିଥିଲେ । ଖବରନୁଯାୟୀ , ମାର୍ଚ୍ଚ ୫ ପଞ୍ଚାୟତି ରାଜ ଦିବସ ତଥା ବୀରପୁରୁଷ ବିଜୁବାବୁଙ୍କ ୧୦୭ ତମ ଜୟନ୍ତୀ ପାଳନ । ଏହି ଅବସରରେ ବିଜୁ ବାବୁଙ୍କ ଦେଶ ତଥା ରାଜ୍ୟର ପ୍ରଗତିରେ ଯେଉଁ ସ୍ମୃତି ଉଲ୍ଲେଖ କରି ଯାଇଛନ୍ତି ତାହାକୁ ଅତିଥି ବୃନ୍ଦ ସଂକ୍ଷେପରେ ବର୍ଣ୍ଣନା କରିଥିଲେ । ଏଥିସହ ଦିଗପହଣ୍ଡି ବ୍ଳକର ଗୋକର୍ଣ୍ଣପୁର ପଞ୍ଚାୟତକୁ ଶ୍ରେଷ୍ଠ ଶିଶୁ ସ୍ନେହ ପଞ୍ଚାୟତ ରୂପେ ସରପଞ୍ଚ ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ଦୋରାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଜଳପୂର୍ଣ୍ଣ ପଞ୍ଚାୟତ ରୂପେ ବିଜୟ ଲକ୍ଷ୍ମୀନାରାୟଣ ପୁର ସରପଞ୍ଚ ଜ୍ୟୋତି ସେଠୀ , ସଫା ଓ ସବୁଜ ପଞ୍ଚାୟତ ରୂପେ ଫାସୀଗୁଡା ସରପଞ୍ଚ ଗୈାରୀ ବିଷୋୟୀ , ମହିଳା ସ୍ନେହୀ ପଞ୍ଚାୟତ ରୂପେ ଆଙ୍କୋରଡା ସରପଞ୍ଚ ପ୍ରତିନିଧି ଶିଶିର ପ୍ରଧାନ ଓ ଆତ୍ମନିର୍ଭରଶୀଳ ପଞ୍ଚାୟତ ରୂପେ ସିଦ୍ଧେଶ୍ବର ପଞ୍ଚାୟତର ସରପଞ୍ଚ ବିଜୟ କୁମାର ପ୍ରଧାନଙ୍କୁ ଶ୍ରେଷ୍ଠ ପୁରସ୍କୃତ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ , ଜିଲ୍ଲା ପରିଷଦ ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ , ସରପଞ୍ଚ ରଞ୍ଜନ କୁମାର ସାହୁ , ମନୋରଞ୍ଜନ ଗୈାଡ , ଫନୀନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣା ରାଓ ସୁବୁଦ୍ଧି , ରବିଚନ୍ଦ୍ର ଗୈାଡ , ପ୍ରଶାନ୍ତ କୁମାର ପ୍ରଧାନ , ଚିତ୍ରସେନ ଗୈାଡ , ପ୍ରଦୀପ କୁମାର ସେଠୀ ବହୁ ସରପଞ୍ଚ , ସମିତି ସଭ୍ୟ ପ୍ରତିନିଧି ଏସ୍ . ଗାନ୍ଧୀ ଦୋରା , ଏବଂ ନାଏବ ସରପଞ୍ଚ ପ୍ରକାଶ ବେହେରାଙ୍କ ସମେତ ବ୍ଳକ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । (ଦିଗପହଣ୍ଡି ରୁ କିରଣ କୁମାର ବେହେରା ରିପୋର୍ଟ)
