You are currently viewing କୋଷାଗୁ ମୁଡା ପଞ୍ଚାୟତ ସମିତିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ।
କୋଷାଗୁ ମୁଡା ପଞ୍ଚାୟତ ସମିତିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ।

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ପଞ୍ଚାୟତ ସମିତି ସମ୍ଭିଲୋନୀ କକ୍ଷ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ରେ ୪୯ଗଟି ଅଭିଯୋଗ ପତ୍ର ର ଶୁଣାଣୀ ହୋଇଥିଲା। ସେଥି ମଧ୍ୟରୁ ୨୨ଗୋଟି ଗୋଷ୍ଠୀ ଓ ୨୭ ଗୋଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ମଧ୍ୟରେ ଝରିଗାଁ ବ୍ଲକ୍ ଅନ୍ତର୍ଗତ ଫୁପୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ପଦବୀ କୁନେଇ ଉପୁଜିଥିବା କିଛି ସମସ୍ୟା ଉପରେ ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗ ବିଦ୍ୟାଳୟ ର ପରିଚାଳନା କମିଟି ର ସଦସ୍ୟ ଏବଂ ଗ୍ରାମବାସୀ ମାନେ ଅଭିଯୋଗ ଆଣିଥିଲେ । ଅଭିଯୋଗକାରି ଙ୍କ କହିବା ଅନୁଯାୟୀ ଏହି ବିଦ୍ୟାଳୟ ରେ ସ୍ଥାୟୀ ଭାବରେ କୌଣସି ପ୍ରଧାନ ଶିକ୍ଷକ ନଥିବାରୁ ଉପରିସ୍ଥ ବିଭାଗୀୟ ଅଧିକାରୀ ଙ୍କ ଦ୍ଵାରା ପ୍ରାୟ ଦୁଇ ବର୍ଷ ତଳେ ବିଜୟ କୁମାର ମାଝୀ ଙ୍କୁ ପ୍ରଧାନ ଶିକ୍ଷକ ଙ୍କ କାର୍ଯ୍ୟ ତୁଲାଇବା ପାଇଁ ଦାୟିତ୍ବ ମିଳିଥିଲା ।ଓ ବିଦ୍ୟାଳୟ ପରିଚାଳନା କମିଟି ଙ୍କ କହିବା ଅନୁଯାୟୀ ଶ୍ରୀ ମାଝୀ ବିଦ୍ୟାଳୟ ର ସମସ୍ତ କାର୍ଯ୍ୟ କୁ ଭଲ ଭାବରେ ସମ୍ପାଦନ କରିଆସୁଛନ୍ତି।କିନ୍ତୁ ବିଦ୍ୟାଳୟ ର ଅନ୍ୟ ଦୁଇଜଣ ସହକାରୀ ଶିକ୍ଷକ ମୃଣ୍ମୟ ମୋହନ ପରିଡା ଏବଂ ଯୋଗେନ୍ଦ୍ର ସୋରି ଏହାକୁ ସବୁବେଳେ ବିରୋଧ କରି ଆସୁଥିଲେ । ସ୍ଥାନୀୟ କିଛି ଲୋକଙ୍କ ସହ ମିଶି ପ୍ରଧାନ ଶିକ୍ଷକ ପଦବୀ ରେ କାର୍ଯ୍ୟରତ ଥିବା ଶ୍ରୀ ମାଝୀ ଙ୍କ ବିରୋଧରେ ଅନେକ ଉପରିସ୍ଥ ଅଧିକାରୀଙ୍କୁ ଅଭିଯୋଗ କଲାଭଳି ପରିବେଶ ସୃଷ୍ଟି କରି ଆସୁଛନ୍ତି ଯାହାକି ଏହାର କୌଣସି ପ୍ରମାଣ ନାହିଁ ସଂପୂର୍ଣ୍ଣ ଭାବେ ଭିତ୍ତିହୀନ ବୋଲି ବିଦ୍ୟାଳୟ ର ପରିଚାଳନା କମିଟି ର ସ୍କୁଲ ସଭାପତି ଲୋଳିତ ପ୍ରସାଦ ତିୱାରୀ, ଜାଗ ମାଝୀ, ରନସାଇ ମାଝୀ, କୃଷ୍ଣ ଚନ୍ଦ୍ର ମାଝୀ, ଟଙ୍କଧର ଭତ୍ରା, ଥବିର ଭତ୍ରା, ଧର୍ମୁ ମାଝୀ, ହରିଶ୍ଚନ୍ଦ୍ର କଲlର, ପଦୁରାମ ମାଝୀ, ପଦନ ଯାନୀ, ଡ଼ମନା ଭତ୍ରା, ଓ ଗ୍ରାମବାସୀ ବୃନ୍ଦ ଅଭିଯୋଗ ପତ୍ର ଜିଲ୍ଲାପାଳ ଙ୍କୁ ଦେଇଛନ୍ତି ।

ତେବେ ଏହି ଅଭିଯୋଗ ଉପରେ ଜିଲ୍ଲାପାଳ କଣ ପଦକ୍ଷେପ ଗ୍ରହଣ କରିବେ ତାହା ଆଗକୁ ଦେଖିବାରେ ବାକି ରହିଲା (ନବରଙ୍ଗପୁର ଜିଲ୍ଲା ପ୍ରଥିନିଧି ଲାଳଧର ଦୁର୍ଗା ଙ୍କ ରିପୋର୍ଟ