You are currently viewing ଦିଲୀପ ହତ୍ୟାକାଣ୍ଡ ରେ ବିଜେଡି ର କୌଣସି ସମ୍ପୃକ୍ତି ନାହିଁ, ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଷଡଯନ୍ତ୍ର ହୋଇଛି ସାମ୍ବାଦିକ ସମ୍ମିଳନୀ ରେ ବିଜେଡି ନେତାଙ୍କ ସଫେଇ
ଦିଲୀପ ହତ୍ୟାକାଣ୍ଡ ରେ ବିଜେଡି ର କୌଣସି ସମ୍ପୃକ୍ତି ନାହିଁ, ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଷଡଯନ୍ତ୍ର ହୋଇଛି ସାମ୍ବାଦିକ ସମ୍ମିଳନୀ ରେ ବିଜେଡି ନେତାଙ୍କ ସଫେଇ

ଖଲ୍ଲିକୋଟ :18/5 ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ସରଣପୁର ପଂଚାୟତ ର ଲୋଂଘର ଗ୍ରାମରେ ଗତ ବୁଧବାର ଦିନ ରାତି ରେ ପୋଷ୍ଟର ମାରିବା କୁ କେନ୍ଦ୍ର କରି ସଂଗଠିତ ହୋଇଥିବା ଦିଲୀପ ହତ୍ୟାକାଣ୍ଡ ଘଟଣା ସହିତ ବିଜୁ ଜନତା ଦଳ ର କୌଣସି ସମ୍ପୃକ୍ତି ନାହିଁ ରାଜନୈତିକ ଅଭିସନ୍ଧି ରଖି ହୀନ ଚକ୍ରାନ୍ତ କରାଯାଇଛି ||ଘଟଣା ପୋଷ୍ଟର ମାରିବା କୁ ନେଇ ହୋଇନି ଏହା ତାଙ୍କର ବ୍ୟକ୍ତିଗତ ମାମଲା କୁ ନେଇ ଘଟିଛି | ଘଟଣା ଘଟ|ଇଥିବା ଆସାମୀ ମାନେ ବିଜୁ ଜନତା ଦଳ ର କର୍ମୀ ନୁହନ୍ତି ବୋଲି ବିଜେଡି ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ବ୍ଲକ ର ପର୍ଯ୍ୟବେକ୍ଷକ ଶଶୀ ଭୂଷଣ ମହାନ୍ତି ଖଲ୍ଲିକୋଟ ସ୍ଥିତ ଯୁବ ରାଜ ବଙ୍ଗଳା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ପ୍ରକାଶ କରିଛନ୍ତି |ଉକ୍ତ ଅମାନବୀୟ ଘଟଣା ର ବିଜେଡି ଦୃଢ଼ ଭାବେ ନିନ୍ଦା କରୁଛି |ସ୍ବର୍ଗତ ଖଲ୍ଲିକୋଟ ରାଣୀ ଦୀର୍ଘ 50 ବର୍ଷ ଧରି ଏଠାରେ ବିଧାୟକ ଭାବେ କାର୍ଯ୍ୟ କରି ଆସିଛନ୍ତି |ସେ କେବେହେଲେ ଏଭଳି ବିଶ୍ୱାସ କରନ୍ତି ନାହିଁ ବୋଲି ପ୍ରକାଶ କରିଥିଲେ |ସାମ୍ବାଦିକ ସମ୍ମିଳନୀ ରେ ଉପସ୍ଥିତ ଥିବା ବିଧାୟିକା ତଥା ବିଜେଡି ପ୍ରାର୍ଥୀନୀ ସୂର୍ଯ୍ୟମଣି ବୈଦ୍ୟ ଙ୍କ ସ୍ୱାମୀ ଦୈତାରୀ ବେହେରା ଯୋଗ ଦେଇ ଘଟଣା କୁ ଦୃଢ଼ ନିନ୍ଦା କରି ମୃତକ ଙ୍କ ପରିବାର କୁ ପ୍ରଭୁ ଜଗନ୍ନାଥ ଧର୍ଯ୍ୟ ଦେବା ପାଇଁ କହି ଘଟଣା ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ମୃତକ ଙ୍କ ପରିବାର ସହିତ ତାଙ୍କର ଦୀର୍ଘ ଦିନ ଧରି ବନ୍ଧୁତା ଥିଲା |ବିଜେପି ଦଳ ଏଭଳି ଏକ ସ୍ପର୍ଶ କାତର ଘଟଣା ରେ ବିଜେପି ରାଜନୀତି କରି ତାଙ୍କ ବିରୁଦ୍ଧ ରେ ମିଥ୍ୟା ଅଭିଯୋଗ କରୁଛି |ଘଟଣା ଦିନ ଖଲ୍ଲିକୋଟ ରାଣୀ ଙ୍କ ବଙ୍ଗଳା ରେ ଖଲ୍ଲିକୋଟ ବ୍ଲକ ର 29 ଗୋଟି ପଂଚାୟତ ର କର୍ମୀ ସମ୍ମିଳନୀ ହୋଇଥିଲା | ସେ ବିଜେଡି ପ୍ରାର୍ଥୀନୀ ଙ୍କ ପ୍ରଚାର କାର୍ଯ୍ୟକ୍ରମ ରେ ବ୍ୟସ୍ତ ଥିଲେ |ଅଯଥା ରାଜନୈତିକ ଉଦ୍ଦେଶ୍ୟ ରଖି ମୋତେ ରାଣୀ ଙ୍କ ପୁତୁରା ଡାକ୍ତର ସଂକେତ ରାମ|ରାଓ ଙ୍କୁ ବିଜେଡି ଦଳ କୁ ଅଯଥା ସଂଶ୍ଲିଷ୍ଟ କରି ବଦନାମ କରାଯାଉଛି ବୋଲି ପ୍ରକାଶ କରି ପୋଲିସ ଓ ପ୍ରଶାସନ ତରଫରୁ ଚାଲିଥିବା ତଦନ୍ତ ପକ୍ରିୟା ରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ମୃତକ ଙ୍କ ପରିବାର କୁ ମଧ୍ୟ ସହଯୋଗ କରିବେ ବୋଲି କହିଥିଲେ | ବୁଧବାର ଦିନ ରାତି ଏକ ଘଣ୍ଟା ସମୟ ରେ ବିଧାୟିକା ଙ୍କ ଘର ଆଗକୁ ଆସି ଦୁର୍ବୁତ୍ତ ମାନେ ବିଧାୟିକା ଙ୍କ ଗାଡି ସମେତ 10/12 ଗୋଟି ବାଇକ ଭାଙ୍ଗି ଥିବା କହିଥିଲେ | ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ବିଜେଡି ରାଜ୍ୟ ସମ୍ପାଦକ ନାରାୟଣ ପାଢ଼ୀ, ଆତ୍ମା ଅଧକ୍ଷ ବିମ୍ବାଧର ତ୍ରିପାଠୀ, ବି ସି ସି ବ୍ୟାଙ୍କ ନିର୍ଦେଶକ ରାମ ମୋହନ ପଣ୍ଡା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ରତ୍ନାକର ସାହୁ ଓ ବରିଷ୍ଠ ବିଜେଡି ନେତା ଶ୍ରୀନିବାସ ସାହୁ ପ୍ରମୁଖ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |

( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ ଗଞ୍ଜାମ )