You are currently viewing ଖଲ୍ଲିକୋଟ ବିଧାୟକ ଙ୍କ ଦ୍ୱାରା ଚଢ଼େୟା ପଲିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
ଖଲ୍ଲିକୋଟ ବିଧାୟକ ଙ୍କ ଦ୍ୱାରା ଚଢ଼େୟା ପଲିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୁଷୋତ୍ତମପୁର ବ୍ଳକ
ଅନ୍ତର୍ଗତ ଆଛୁଲି ପଞ୍ଚାୟତର ଚଢିଆପଲ୍ଲୀ ଗ୍ରାମରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବିଜେପିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା ଙ୍କ ସଂଯୋଜନା ରେ ଚଢ଼େୟା ପଲି ଶିବ ମନ୍ଦିର ର ପରିସରରେ ଆରମ୍ଭ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ନିର୍ବଚନ ମଣ୍ଡଳୀ ବିଧାୟକ ପୂର୍ଣ୍ଣ
ଚନ୍ଦ୍ର ସେଠୀ ପହଞ୍ଚିବା ପରେ ଉପସ୍ଥିତ ନେତା କର୍ମୀ ମାନେ ତାଙ୍କୁ ସ୍ବାଗତ କରିବା ସହ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବଦ୍ଧନା ପ୍ରଦାନ କରିଥିଲେ । ଏହି ଅବସରରେ ବିଧାୟକ ପୁର୍ଣଚନ୍ଦ୍ର ସେଠୀ ମନ୍ଦିର ପରିସରରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ କରିବା ସହ ଅନ୍ୟ ମାନେ ମଧ୍ୟ ବୃକ୍ଷ ରୋପଣ କରି ସନ୍ତୁଳିତ ପରିବେଶ କୁବୃକ୍ଷ ଦ୍ୱାରା ଅମ୍ଳଜାନ ପ୍ରଦାନ କରି ସମସ୍ତି ଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିବା ସହ ଲୋକଙ୍କ ସହ ପଶୁ, ପକ୍ଷୀ ଙ୍କୁ ଶୀତଳତା ପ୍ରଦାନ ଓ ବର୍ଷା କରିବାରେ ସହଯୋଗ କରିବା କାର୍ଯ୍ୟ କରିଥାଏ | ଏହି କାର୍ଯ୍ୟକ୍ରମକୁ ବିଧାୟକ ଓ ଅନ୍ୟମାନେ ସୁଚାରୁ ରୂପେ କରିଥିଲେ | ଏହାସହ ସେହି ଗ୍ରାମରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଭିତରକୁଯାଇ ତାକୁ ପରିଦର୍ଶନକରି ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସ୍ମାର୍ଟ କ୍ଳାସ ବୁଲି ଦେଖୁଥିଲେ। ଛାତ୍ର, ଛାତ୍ରୀଙ୍କୁ ମଧ୍ୟ କିଛି ପ୍ରଶ୍ନ ପଚାରି ତାଙ୍କଠାରୁ ଉତ୍ତର ପାଇଥିଲେ | ବିଧାୟକ ସହ ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଆଛୁଲି ସରପଞ୍ଚସୁଧାକର ଗୌଡ଼, ବିଜେପି ଆଛୁଲି ମଣ୍ଡଳ ସଭାପତି ମାନସ ରଞ୍ଜନ ଗୌଡ଼ଙ୍କ ସହିତ ବହୁ ନେତା ଓ ଦଳୀୟ କର୍ମୀ ଓ ବହୁ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ ପ୍ରସନ୍ନ କୁମାର ଦାସ