You are currently viewing ଅଖିଳ ଭାରତ କୃଷକ ସଂଘ ପକ୍ଷରୁ ମରୁଡି ସମସ୍ୟା କୁ ଦୁଷ୍ଟି ରେ ରଖି ୧୬ ଦାବୀ ନେଇ ସାନଖେମୁଣ୍ଡି ବ୍ଲକ୍ ଘେରାଉ
ଅଖିଳ ଭାରତ କୃଷକ ସଂଘ ପକ୍ଷରୁ ମରୁଡି ସମସ୍ୟା କୁ ଦୁଷ୍ଟି ରେ ରଖି ୧୬ ଦାବୀ ନେଇ ସାନଖେମୁଣ୍ଡି ବ୍ଲକ୍ ଘେରାଉ

ସାନଖେମୁଣ୍ଡି : ୧/୦୯/୨୩(ରଘୁନାଥ ନାୟକ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ରେ ମରୁଡି ସମସ୍ୟା ଦେଖିବାକୁ ମିଳୁଛି ଗ୍ରାମାଞ୍ଚଳ ରେ ବର୍ଷା ଅଭାବରୁ ଚାଷୀ ମାନେ ହତଶନ୍ତ ହେଉଛନ୍ତି ଆଜି ଅଖିଳ ଭାରତ କୃଷକ ସଂଘ କୃଷକ ଙ୍କ ନାଯ୍ୟ ଦାବିକୁ ନେଇ ରଣ ହୁଙ୍କାର ଚାଷୀ କୂଳକୁ ହନ୍ତସନ୍ତ କରୁଛି । ଚାଷୀଙ୍କ ପ୍ରତି ସରକାରଙ୍କ ଲୋକପ୍ରିୟ ଲଲିପପ୍ ଯୋଜନାର ସୁଫଳ ଅଣ ଚାଷୀ ହାବୁଡ଼ରେ ପଡ଼ୁଥିବା ବେଳେ ଚାଷୀଙ୍କ ପାଇଁ ସରକାରଙ୍କ ଜଳସେଚନ ବ୍ୟବସ୍ଥା , ରିହାତି ଦରରେ ବିହନ ଓ ଫସଲ ସାର ଏବଂ କୃଷି ଋଣ , ଫସଲ ବୀମା , ମଣ୍ଡି ପରିଚାଳନା ଆଦି ବ୍ୟବସ୍ଥାରେ ପ୍ରକୃତ କୃଷକ ଲାଭ ପାଉନଥିବା ଜଣାଯାଇଛି ।

ଏହି ସ୍ଥିତିରେ ସର୍ବଭାରତୀୟ ସ୍ତରରେ କୃଷକଙ୍କ ବିକାଶରେ କାମ କରୁଥିବା ସଙ୍ଗଠନ ଅଖିଳ ଭାରତ କୃଷକ ସଂଘ କୃଷକଙ୍କ ନାର୍ଯ୍ୟ ଦାବିକୁ ନେଇ ରଣହୁଙ୍କାର ଦେଇ ଆନ୍ଦୋଳନ କରୁଥିବା ବେଳେ ୧୬ ଦଫା ଦାବି ନେଇ ବ୍ଲକ ବିଡ଼ିଓ ଶ୍ରୀ ଗାୟତ୍ରୀଦତ୍ତ ନାୟକ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବି ପତ୍ର ପ୍ରଦାନ ଦେଇଛନ୍ତି ।
ଆଜି ଏହି ସଂଗଠନର ସାନଖେମୁଣ୍ଡି ଆଞ୍ଚଳିକ ପରିଷଦ ପକ୍ଷରୁ ଶତାଧିକ କୃଷକ ସାନଖେମୁଣ୍ଡି ବ୍ଲକ୍ ସମ୍ମୁଖରେ ସରକାରଙ୍କ କୃଷକ ବିରୋଧୀ ଯୋଜନାକୁ ନେଇ ସ୍ଲୋଗାନ ଦେଇଥିବା ବେଳେ କୃଷକଙ୍କ ସମସ୍ୟା ନେଇ ବିକ୍ଷୋଭର ଆୟୋଜନ କରିଛନ୍ତି ।

ସଙ୍ଗଠନ ପକ୍ଷରୁ ଜୋନ ସମ୍ପାଦକ , ବ୍ଲକ୍ କମିଟି ସମ୍ପାଦକ ସହ ସମ୍ପାଦକ , ପ୍ରମୁଖ ଚାଷୀ ନେତା କୃଷକଙ୍କ ସମସ୍ୟା ନେଇ ନିଜନିଜ ଅଭିନ୍ୟକ୍ତି ରଖିବା ସହ ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଅନୁପସ୍ଥିତିରେ କାର୍ଯ୍ୟଳୟ ସେକ୍ସନ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ୧୬ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି ।