ଦିଗପହଣ୍ଡି ବ୍ଳକରେ ଦାୟିତ୍ଵ ଗ୍ରହଣ କରିଥିବା ନବାଗତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚିତ୍ତରଞ୍ଜନ ଦାସଙ୍କୁ ବୁଧବାର ଦିନ ଦିଗପହଣ୍ଡି ପଞ୍ଚାୟତ ସମିତିର ପୂର୍ବତନ ବ୍ଳକ ଅଧ୍ୟକ୍ଷ ତଥା ବର୍ତ୍ତମାନର ୨୬ ନଂ ଜୋନ୍ ଜିଲ୍ଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନ ସମେତ ବିଭିନ୍ନ ପଞ୍ଚାୟତର ନୂତନ ଓ ପୂର୍ବତନ ଜନ ପ୍ରତିନିଧି ଗଣ ଭେଟି ସମ୍ବର୍ଦ୍ଧନା ଜଣାଇଥିଲେ । ଖବରନୁଯାୟୀ , ଆଜି ପୂର୍ବାହ୍ନ ସମୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବର୍ତ୍ତମାନର ୨୬ ନଂ ଜୋନ୍ ଜିଲ୍ଲା ପରିଷଦ ବିପିନ ଚନ୍ଦ୍ର ପ୍ରଧାନ ସମେତ ପୂର୍ବତନ ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀ , ପୂର୍ବତନ ବ୍ଲକ ବିଜେଡି ସଭାପତି ଉଦୟନାଥ ସ୍ବାଇଁ , ବ୍ଲକ ବିଜେଡି ସଭାପତି ତଥା ପୂର୍ବତନ ନିମଖଣ୍ଡିପେଣ୍ଠ ସରପଞ୍ଚ ବିଭୂତି ଭୂଷଣ ମହାପାତ୍ର , ବମକୋଇ ସରପଞ୍ଚ ତପନ କୁମାର ପ୍ରଧାନ , ସମିତି ସଭ୍ୟା ଯମୁନା ନାୟକ , ପୂର୍ବତନ ସରପଞ୍ଚ ଭଗବାନ ବାଡ଼ତ୍ୟା , ପୂର୍ବତନ ଜିଲ୍ଲା ପରିଷଦ ଦିଲ୍ଲୀପ ହୋତା , ଗୌଡ଼ଗାଁ ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ , କଇଠଡା ସରପଞ୍ଚ ପ୍ରତିନିଧି ଦେବହରି ଗୌଡ଼ , ନିମଖଣ୍ଡିପେଣ୍ଠ ସରପଞ୍ଚ ପ୍ରତିନିଧି ସିମାଞ୍ଚଳ ଗୌଡ , ୨୫ ନଂ ଜୋନ୍ ଜିଲ୍ଲା ପରିଷଦ ରାଧାକାନ୍ତ ଗୌଡ, ଭୀଷ୍ମଗିରି ସମିତି ସଭ୍ୟ ଶିବରାମ ମହାନ୍ତି , ଖମ୍ବାରୀ ଗାଁ ପୂର୍ବତନ ସରପଞ୍ଚ ଲଳିତ ମୋହନ ମହାପାତ୍ର , ଚଷା ନିମାଖଣ୍ଡି ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୌଡ଼ , ଆଙ୍କୋରଡା ପୂର୍ବତନ ସରପଞ୍ଚ ଉଷାନ୍ତ ସାହୁ , ଗୋକର୍ଣ୍ଣପୁର ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁ , କୁଶପଡ଼ା ସରପଞ୍ଚ ପ୍ରତିନିଧି ପ୍ରଦୀପ ସେଠୀ , ସମିତି ସଭ୍ୟ ପ୍ରତିନିଧି ଏସ୍ . ଗାନ୍ଧୀ ଦୋରା , ସିଦ୍ଧେଶ୍ବର ସରପଞ୍ଚ ବିଜୟ ପ୍ରଧାନ ,ବି ତୁରୁବୁଡ଼ି ସରପଞ୍ଚ ଲିଙ୍ଗରାଜ ଦୋରା , ବଡଡୁମ୍ବୁଳା ସମିତି ସଭ୍ୟ ରମେଶ ପାଢ଼ୀ , ଜକର ପୂର୍ବତନ ସରପଞ୍ଚ ଚୈତନ୍ୟ ପ୍ରଧାନ ,ପୂର୍ବତନ ବ୍ଲକ ଛାତ୍ର ବିଜେଡ଼ି ସଭାପତି ରାଜକିଶୋର ମହାନ୍ତି , ବିକ୍ରମ ସିଂ, ଯୁବ ନେତା ମନୋଜ କୁମାର ସାହୁ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓ ଶ୍ରୀ ଦାସଙ୍କୁ ଭେଟିବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏପରିକି ବ୍ଳକର ରହିଥିବା ବିଭିନ୍ନ ସମସ୍ୟାକୁ କିପରି ତ୍ବରାନ୍ବିତ କରାଯିବ ସେ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ( ଦିଗପହଣ୍ଡି ରୁ କିରଣ କୁମାର ବେହେରା)
