(ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଳାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ)
ଶନିବାର ଏପ୍ରିଲ ଏକ ଉତ୍କଳ ଦିବସ । ଏହି ଅବସରରେ ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ ପାଇଁ ସମାଜସେବୀ ତଥା ବିଜେଡି ନେତା ସୀତାରାମ ପାଣିଗ୍ରାହୀଙ୍କ ନେତୃତ୍ୱରେ ଶୁକ୍ରବାର ଦିନ ଏକ ସାଇକେଲ ରାଲି ବାହାରିଛି । କବିସୂର୍ଯ୍ୟନଗର ସ୍ଥିତ ମହାମାୟୀ ମନ୍ଦିର ଠାରେ ପୂଜା ଅର୍ଚନା ପରେ ଜୟ ଜଗନ୍ନାଥ ନାରା ଦେଇ ବାହାରିଥିଲା ସାଇକେଲ ରାଲି ! ଏହାପରେ ବୁଢାଆମ୍ବ,କୋଦଳା, ବେଗୁନିଆପଡା, ସୁମଣ୍ଡଳ, ଅଙ୍ଗାରଗାଁ, ବାଣପୁର, ବାଲୁଗାଁ, ରାମେଶ୍ୱର ହୋଈ ପୁରୀରେ ପହଂଚିବା ପାଇଁ ଲକ୍ଷ ରହିଛି ! ପ୍ରତି ଛକରେ ଜୟ ଜଗନ୍ନାଥ, ବନ୍ଦେ ଉତ୍କଳଜନନୀ, ବିଜୁ ବାବୁ ଜିନ୍ଦାବାଦ , ନବୀନ ବାବୁ ଜିନ୍ଦାବାଦ, ସୁଜ୍ଞାନୀ ଦେବି ଜିନ୍ଦାବାଦ ଧ୍ବନିରେ ପ୍ରକମ୍ପିତ କରି ଶତାଧିକ ସାଇକେଲ ରାଲିରେ ବାହାରିଥିଲେ । ଏହି ରାଲିରେ ଅଞ୍ଚଳରୁ ବହୁ ଯୁବକ ଶତାଧିକ ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ! ବିଭିନ୍ନ ସ୍ଥାନରେ ଏହି ରାଲିକୁ ସମ୍ବର୍ଦ୍ଧନା ଦିଆଯାଉଥିବା ଦେଖିବାକୁ ମିଳିଛି ! ଏହି ରାଲିରେ କବିସୂର୍ଯ୍ୟନଗର ପୂର୍ବତନ ବ୍ଲକ ଅଧକ୍ଷ ପିତାମ୍ବର ସେଠି, ପୂର୍ବତନ ରାଜ୍ୟ ଛାତ୍ର ସମ୍ପାଦକ ଦିନେଶ ମହାରଣା, ପୂର୍ବତନ ଜିଲ୍ଲା ପରିଷଦ ପ୍ରତିନିଧି ପ୍ରଭାକର ପ୍ରଧାନ,ପ୍ରକୃତି ବନ୍ଧୁ ଏ. ବ୍ରହ୍ମନନ୍ଦ ଆଚାରୀ, ଡାଇମଣ୍ଡ ପିଜି ପ୍ରଡକ୍ଟ ସଦସ୍ୟ ଛାୟା ବତୀ ବେହେରା ଓ ପିଙ୍କି ରାଉତ ଙ୍କ ସମେତ ଶତାଧିକ ଯୁବକ ଯୋଗ ଦେଇ ଥିଲେ !
