You are currently viewing ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମକୁ ନେଇ ମୁମ୍ବାଇ ଭାଜପା କାର୍ଯ୍ୟାଳୟରେ ଶ୍ରୀକାନ୍ତ ପାଢ଼ୀଙ୍କ ପ୍ରସ୍ତୁତି ବୈଠକ ।
ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମକୁ ନେଇ ମୁମ୍ବାଇ ଭାଜପା କାର୍ଯ୍ୟାଳୟରେ ଶ୍ରୀକାନ୍ତ ପାଢ଼ୀଙ୍କ ପ୍ରସ୍ତୁତି ବୈଠକ ।

ବ୍ରହ୍ମପୁର , ୦୯/୦୪ -:- ଦେଶର ଲୋକପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜି ଙ୍କର ସ୍ବପ୍ନ ଏକ ଭାରତ ଶ୍ରେଷ୍ଠ ଭାରତ ଯୋଜନାରେ ଭାରତୀୟ ଜନସାଧାରଣ ନିଜର ଜନ୍ମଭୂମି ଏବଂ କର୍ମଭୂମିର କିପରି ସଂସ୍କାର, ସଂସ୍କୃତି, କଳା କିପରି ଆଦାନ ପ୍ରଦାନ ହେଇ ପାରିବ ସେହି ବିଷୟକୁ ନେଇ ସାରା ଭାରତରେ ଏହି ଅଭିଯାନ ଆରମ୍ଭ ହୋଇଛି l କେନ୍ଦୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡିଶା ପ୍ରଦେଶର ବିଜେପି ଅଧକ୍ଷ ମନମୋହନ ସାମଲଙ୍କ ମାର୍ଗଦର୍ଶନରେ ଭାରତ ବର୍ଷରେ ରହୁଥିବା ପ୍ରତେକ ଓଡ଼ିଶାର ଭାଇ ଭଉଣୀ ମଧ୍ୟ କିପରି ଯୋଡି ହୋଇ ପାରିବେ, ସେହି ଦିଶାରେ ମୁମ୍ବାଇ, ପୁନେ, ସୁରତ, ଅହମଦାବାଦ, ବିଶାଖାପାଟଣା, ରାଇପୁର, ଦିଲ୍ଲୀ ଇତ୍ୟାଦି ସହରରେ ମଧ୍ୟ ଏହି କାର୍ଯ୍ୟକ୍ରମ ହେବ l ସେହି କ୍ରମାନୁସାରେ ଆସନ୍ତା ଦିନରେ ମୁମ୍ବାଇରେ ହେବାକୁ ଥିବା କାର୍ଯ୍ୟକ୍ରମ ବିଷୟରେ ଭଜାପା କାର୍ଯ୍ୟାଳୟ ରେ ପୂର୍ବତନ ପ୍ରଦେଶ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀଙ୍କ ପୌରହିତରେ ଏକ ପ୍ରସ୍ତୁତି ବୈଠକ ଘାଟ କୋପର, ଈଶାନୀୟ ମୁମ୍ବାଇ କାର୍ଯ୍ୟଳୟରେ ଅନୁଷ୍ଠିତ ହୋଇଥିଲା l ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମୁଖ୍ୟ ବକ୍ତା ରୂପେ ଯୋଗ ଦେବେ ଏବଂ ତତସଂଗେ ମୁମ୍ବାଇର ଅଧକ୍ଷ ତଥା ପୂର୍ବ ଶିକ୍ଷା ମନ୍ତ୍ରୀ ଆଶିଷ ଶେଲାର ଜି ଏବଂ ବରିଷ୍ଠ ନେତା ଗଣ ଯୋଗ ଦେବାର ଅଛି ବୋଲି ମୁମ୍ବାଇ ଦାୟିତ୍ୱରେ ଥିବା ସଂଯୋଜକ ଶ୍ରୀକାନ୍ତ ପାଢ଼ୀ କହିଛନ୍ତି l ଉକ୍ତ କାର୍ଯ୍ୟକ୍ରମ ମୁମ୍ବାଇ ଭାଜପା କାର୍ଯ୍ୟଳୟ ବସନ୍ତ ସ୍ମୃତିରେ ଅନୁଷ୍ଠିତ ହେବାକୁ ଯାଉଛି lଭାରତର ସାରା ରାଜ୍ୟରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ଓଡିଶା ସାଧାରଣ ସମ୍ପାଦିକ ଲେଖାଶ୍ରୀ ସାମନ୍ତ ସିଂହାର ଏବଂ ଉପସଭାନେତ୍ରୀ ଅନିତା ପ୍ରିୟଦର୍ଶନୀ ସଂଯୋଜନା କରୁଛନ୍ତି l

ମୁମ୍ବାଇର ପ୍ରସ୍ତୁତି ବୈଠକରେ ବସନ୍ତ ମହାନ୍ତି, ଅଜୟ ଦାସ, ସୁରଜ, ଆଲୋକ,ଉମେଶ,ରୁନୁ, ସୁରଭି, କିଶୋର, ବିଜୟ,ସୁଧାକର ସହିତ ବହୁତ ପ୍ରବାସୀ ଉକ୍ତ ସଭାକୁ ସଫଳ କରିବାକୁ ସଂକଳ୍ପ ନେଇ ଛନ୍ତି l