ଆଜି କେନ୍ଦ୍ର ସରକାରଙ୍କ ରେଳ ରାଷ୍ଟ୍ରମନ୍ତ୍ରୀ ତଥା ବୟନ ଶିଳ୍ପ ମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସଙ୍କ ଗଞ୍ଜାମ ଗସ୍ତ ରହିଥିବା ବେଳେ ମନ୍ତ୍ରୀଙ୍କୁ କୋଦଳା ଦଣ୍ଡିଶ୍ୱର ମନ୍ଦିର ଛକରେ ସ୍ବାଗତ କରାଯାଇଛି। ମନ୍ତ୍ରୀ ଦର୍ଶନା ଜର୍ଦ୍ଦୋସ ଖଲ୍ଲିକୋଟ ରେଲୱେ ଷ୍ଟେସନ ଠାରୁ ସଡ଼କ ପଥରେ ଖଲ୍ଲିକୋଟ ଦେଇ କୋଦଳା ପହଞ୍ଚିବା ପରେ କୋଦଳା ଠାରେ ବରିଷ୍ଠ ବିଜେପି ନେତ୍ରୀ ତଥା ବିଜେପି ରାଜ୍ୟ ଉପସଭାପତି ଅନୀତା ଶୁଭଦର୍ଶନୀ, ଘୁମୁସର ସାଂଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ବରିଷ୍ଠ ନେତା ରଞ୍ଜନ ପଲେଇ, ଉପାଧ୍ୟକ୍ଷା ରଞ୍ଜିତା ସେଠୀଙ୍କ ସମେତ ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ଫୁଲତୋଡା ଦେଇ ସ୍ଵାଗତ କରିଥିଲେ। ଏହାପରେ ମନ୍ତ୍ରୀ ସଡକ ପଥରେ ଆସିକା ଅଭିମୁଖେ ଯାତ୍ରା କରିଥିବା ବେଳେ ମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
