You are currently viewing ଖଲ୍ଲିକୋଟ ରେ ବ୍ଲକ ସ୍ତରୀୟ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମେଳା
ଖଲ୍ଲିକୋଟ ରେ ବ୍ଲକ ସ୍ତରୀୟ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମେଳା

ଖଲ୍ଲିକୋଟ 3/1 ବୁଧବାର ଦିନ ଖଲ୍ଲିକୋଟ ବ୍ଲକ ପରିସର ରେ ଏକ ବ୍ଲକ ସ୍ତରୀୟ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମେଳା ଅନୁଷ୍ଠିତ ହୋଇଯାଇଛି |ଆୟୋଜିତ ମେଳା ରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମ୍ପ୍ରତିକ ସମୟ ରେ ପାଠ ପଢା ସହିତ ନିଯୁକ୍ତି ର ଆବଶ୍ୟକତା ରହିଛି |ତେଣୁ ଛାତ୍ର ଛାତ୍ରୀ ମାନେ ଦଶମ ଶ୍ରେଣୀ ରୁ ବୈଷୟିକ ଶିକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ |ଅନ୍ୟ ମାନଙ୍କ ମଧ୍ୟରେ ଖଲ୍ଲିକୋଟ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ, ସି ଡି ପି ଓ ପଦ୍ମିନୀ ସାହୁ , ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ର ଭାରପ୍ରାପ୍ତ ଅଧକ୍ଷ କରୁଣାକର ପତଟନାୟକ ଓ ବ୍ରହ୍ମପୁର ଉମା ଚରଣ ଇଞ୍ଜିନିରିଙ୍ଗ ସ୍କୁଲ, ସରକାରୀ ପାଳିଟେକନିକ, ଛତ୍ରପୁର, ପୁରୁଷୋତ୍ତମପୁର, ଓ ବ୍ରହ୍ମପୁର ଶିଳ୍ପ ତାଲିମ କେନ୍ଦ୍ର, ଗ୍ରାମ ତରଙ୍ଗ ସମେତ ବିଭିନ୍ନ ବୈଷୟିକ ତାଲିମ ଅନୁଷ୍ଠାନ ର କର୍ମକର୍ତା ମାନେ ବିଭିନ୍ନ ଟ୍ରେଡ଼ ଓ ଅନୁସଙ୍ଗିକ ଶୈକ୍ଷିକ ବ୍ୟବସ୍ତା ଓ ସରକାରଙ୍କ, ସୁଦଖ୍ୟା ଯୋଜନା ସମ୍ପର୍କରେ ସୂଚନା ଦେଇ ନିନୁକ୍ତି ଗ୍ୟାରେଣ୍ଟି ନେଇ ଉପସ୍ଥିତ ଚାକିରୀ ଆଶାୟୀ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ |ଉକ୍ତ ଦକ୍ଷତା ମେଳା ରେ ଭରତ ସରକାରଙ୍କ ଦକ୍ଷତା ବିକାଶ ବିଭାଗ ଓ ଦିନ ଦୟାଲ ଉପାଧ୍ୟାୟ ଯୋଜନା ମାଧ୍ୟମ ନିନୁକ୍ତି ର ସୁଯୋଗ ସୃଷ୍ଟି ସମ୍ଭାବନା ନେଇ ଧାରଣା ପ୍ରଦାନ କରିଥିଲେ | କାର୍ଯ୍ୟକ୍ରମ ରେ ଶୀଳାଇ ଓ ସୋଲାର ବିଦ୍ୟୁତ କରଣ ରେ ଅଧିକ ନିଯୁକ୍ତି ର ସମ୍ଭାବନା ନେଇ ଆଲୋଚନା ହୋଇଥିଲା | ଦକ୍ଷତା ମେଳା କୁ ଖଲ୍ଲିକୋଟ ବି ପି ଏମ ବିମଳ ପ୍ରସାଦ ରାୟଗୁରୁ ପରିଚାଳନା କରିଥିଲେ |

(ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ganjam)