ଖଲ୍ଲିକୋଟ : 30/3 ଆସିକା ଲୋକସଭା କ୍ଷେତ୍ର ର ବିଜେପି ସାଂସଦ ପାର୍ଥୀନୀ ଭାବେ ଶ୍ରୀମତୀ ଅନିତା ଶୁଭଦର୍ଶନୀ ନିର୍ବାଚନ ଲଢ଼ିବା ପାଇଁ ବିଜେପି ଟିକେଟ ଦେବା ପରେ ଲୋକସଭା ଆସନ ର ମୁଖଶାଳା ଖଲ୍ଲିକୋଟ ଠାରେ ଶନିବାର ଦିନ ବିଜେପି କର୍ମକର୍ତା ଙ୍କ ସହ ପହଂଚିବା ପରେ ତାକୁ ଖଲ୍ଲିକୋଟ ବିଜେପି ତରଫରୁ ଭବ୍ୟ ସ୍ୱାଗତ କରିବା ସହ ତାଙ୍କୁ ସ୍ଥାନୀୟ ମର୍ଦରାଜ ଶିଶୁ ଉଦ୍ୟାନ ଠାରୁ ଏକ ବିରାଟ ଶୋଭାଯାତ୍ରା ପାଛୋଟି ନିଆଯାଇଥିଲା |ଶ୍ରୀମତୀ ଶୁଭଦର୍ଶନୀ ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ରେ ପହଂଚି ଶ୍ରୀ ଜୀଉ ମାନଙ୍କୁ ପୂଜା ଅର୍ଚନା କରିଥିଲେ |ତାଙ୍କର ଏହି ସ୍ୱାଗତ ଅବସର ସମ୍ପର୍କରେ ପଚାରିବାରୁ ସେ କହିଲେ ଚଳିତ ନିର୍ବାଚନ ରେ ଏହି ଭ୍ରଷ୍ଟାଚାରୀ ଜନ ବିରୋଧୀ ସରକାର ହଟିବ ଓ ରାଜ୍ୟ ରେ ଡବଲ ଇଂଜିନ ସରକାର ହେବ ଓ ଆସିକା ସମେତ ଗଞ୍ଜାମ ଜିଲ୍ଲା ର ପୁର ପଲ୍ଲୀ ରେ ପଦ୍ମ ଫୁଟିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିବା ସହ କର୍ମୀ ମାନେ ସଜାଗ ରହିବା ପାଇଁ ପରାମର୍ଶ ଦେଇଥିଲେ |

ଏହି ସ୍ୱାଗତ ରାଲି ରେ ଘୁମୁସର ଜିଲ୍ଲା ସଭାପତି ଅନିଲ କୁମାର ପଣ୍ଡା, ଆସିକା ସଂସଦୀୟ କ୍ଷେତ୍ର ସଂଯୋଜକ ଯଜ୍ଞ ନାରାୟଣ ଦାଶ, ମହିଳା ମୋର୍ଚା ନେତ୍ରୀ ଭାରତୀ ବେହେରା ଖଲ୍ଲିକୋଟ ନଗର ବିଜେପି ସଭାପତି ଓ ପୂର୍ବତନ ନଗରପାଳ ଶଙ୍କର ପ୍ରସାଦ ନାହାକ ବିଜେପି ଯୁବ ମୋର୍ଚା ସଭାପତି ଜଗନାଥ ଭୂୟାଁ ଓ ଅନ୍ୟାନ୍ୟ ବିଜେପି କର୍ମକର୍ତା ମାନେ ଅଂଶ ଗ୍ରହଣ କରିଥିଲେ |
( ରିପୋର୍ଟ :ମାଧବ ବେହେରା ଖାଲ୍ଲିକୋଟ )
