You are currently viewing ବେଗୁନିଆପଡ଼ା ବ୍ଳକରେ ମନ୍ତ୍ରୀ ପ୍ରଦୀପ ଅମାତ, ବିଭିନ୍ନ ପ୍ରସଙ୍ଗରେ ଆଲୋଚନା
ବେଗୁନିଆପଡ଼ା ବ୍ଳକରେ ମନ୍ତ୍ରୀ ପ୍ରଦୀପ ଅମାତ, ବିଭିନ୍ନ ପ୍ରସଙ୍ଗରେ ଆଲୋଚନା

ଗଞ୍ଜାମ ଗସ୍ତରେ ଆସିବେ ୫ ଟି ସଚିବ ଭି.କେ ପାଣ୍ଡିଆନ୍ ।ଏଥି ପୂର୍ବରୁ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତକରି ସରକାରୀ ଯୋଜନା କିଭଳି ଚାଲିଛି ତାହାର ସମୀକ୍ଷା କରୁଥିବା ଜଣାପଡ଼ିଛି। ରବିବାର ଅପରାହ୍ନରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବେଗୁନିଆପଡ଼ା ବ୍ଳକ ଗସ୍ତରେ ଆସି ବ୍ଲକ ସମ୍ମିଳନୀ କକ୍ଷରେ ଏକ ସଭାରେ ଯୋଗ ଦେଇଛନ୍ତି। ଆସନ୍ତା ୨୫ ତାରିଖରେ ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଳକରେ ୫ଟି ସଚିବଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ଏଥି ପୂର୍ବରୁ ମନ୍ତ୍ରୀଙ୍କ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି। ବେଗୁନିଆପଡ଼ା ବ୍ଳକ ସମ୍ମିଳନୀ କକ୍ଷରେ ବିଭିନ୍ନ ସରକାରୀ ଯୋଜନା ଗୁଡିକର ଅଗ୍ରଗତି ତଥା ସମୀକ୍ଷା କରିଥିଲେ ମନ୍ତ୍ରୀ। ଏଥି ସହିତ ଜନପ୍ରତିନିଧିଙ୍କୁ ବିଭିନ୍ନ ପ୍ରସ୍ତାବ ମଧ୍ୟ ମାଗିଥିଲେ। ନୂତନ ପ୍ରକଳ୍ପକୁ ନେଇ ପ୍ରସ୍ତାବ ଆଗତ ହୋଇଥିବା ଜଣାପଡିଛି। ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବେଗୁନିଆପଡ଼ା ବି ଡି ଓ ପ୍ରଜ୍ଞା ପ୍ରିୟଦର୍ଶିନୀ, ଉପାଧ୍ୟକ୍ଷକଂ ସମେତ ଜିଲ୍ଲା ପରିଷଦ ସଦସ୍ୟ, ବହୁ ସରପଞ୍ଚ ଓ ସମିତି ସଭ୍ୟଙ୍କ ଉପସ୍ଥିତି ଦେଖିବାକୁ ମିଳିଛି। ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।