You are currently viewing ମାଆ ତାରାତାରିଣୀ ଙ୍କୁ ଦର୍ଶନ କରି ନାମାଙ୍କନ ଦାଖଲ ପାଇଁ ଛତ୍ରପୁର ଗଲେ ମାନ୍ୟବର ମୁଖ୍ୟମନ୍ତ୍ରୀ
ମାଆ ତାରାତାରିଣୀ ଙ୍କୁ ଦର୍ଶନ କରି ନାମାଙ୍କନ ଦାଖଲ ପାଇଁ ଛତ୍ରପୁର ଗଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

ସ୍ଥାନ —ପୁରୁଷୋତ୍ତମପୁର ଗଞ୍ଜାମ,,
ତାରିଖ-30/04/24,

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟନାୟକ ଆଜି ଷଷ୍ଟ ଥର ପାଇଁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ତରଫରୁବିଜେଡି ନାମାଙ୍କନ ପତ୍ର ଦାଖଲ କରିବା ପଇଁ ଭୁବନେଶ୍ୱର ବିମାନ ବନ୍ଦର ଠାରୁ ଦିବା 10 ଘଣ୍ଟ 25 ମିନଟରେ ବିଜୁ ପଟନାୟକ ବିମାନ ବନ୍ଦରରୁ ହେଲିକେପଟର ରେ ଆସି ତାରା ତାରିଣୀ ମନ୍ଦିର ତଳେ ଅସ୍ଥାୟୀ ହେଲିପେଡ ରେ

11ଘଣ୍ଟ.5ମିନଟ ରେପହଞ୍ଚି ସେଠାରେ ମାଆ ତାରାତାରିଣୀ ଙ୍କ ପୀଠକୁ ରୋଡ଼ ରାସ୍ତାରେ କାର ଯୋଗେ ଯାଇ ପହଂଚିବା ପରେ ମନ୍ଦିରମୁଖ୍ୟ ସେବାୟତ ବାପୁଜୀ ରଣା, ମନ୍ଦିର କର୍ଯ୍ୟ ନିର୍ବାହୀ ଅଧିକାରୀ ଟିକେ ରେଡି , ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁରେଶ କୁମାର ମିଶ୍ର, ହିଞ୍ଜିଳି କାଟୁ ବିଜେଡି ନେତା ପବିତ୍ର ପାଣିଗ୍ରାହୀ, ମନ୍ଦିର ସଦସ୍ୟ ପ୍ରମୋଦ ପଣ୍ଡା ଙ୍କ ସହ ସମସ୍ତ ସେବାୟତ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଙ୍କୁ ମାଙ୍କ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ | ଏବଂ ତାଙ୍କ ସଙ୍ଗରେ ଆସିଥିବା 5ଟି ଅଧକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ ଙ୍କୁ ମଧ୍ୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ |

ମୁଖ୍ୟମନ୍ତ୍ରୀ ଙ୍କ ନିମନ୍ତେ ପଦାରେ ବସିଥିବା ଅଖଣ୍ଡ ଦୀପକୁ ଚୁଇଁ ମାଆ ଙ୍କ ପାଖକୁ ଯାଇ ତାଙ୍କରି ଆଶିଷ ଭିକ୍ଷା କରିଥିଲେ | ଏବଂ ପୂଜାର୍ଚନା ପରେ ପଦାକୁ ଆସି ବେଦ ମନ୍ତ୍ର ଉଚ୍ଚାରଣ କରୁଥିବା ପଣ୍ଡିତ ମାନଙ୍କୁ ଦେଖି ବହୁତ ଖୁସି ହୋଇଯାଇ ଥିଲେ |

ତାପରେ କାର ରେ ବସି ଛତ୍ରପୁର ଅସ୍ଥାୟୀ ହେଲି ପେଡ ରୁ ଛତ୍ରପୁର କୁ ନାମାଙ୍କନ ପତ୍ର ଦାଖଲ ପାଇଁ ଚାଲି ଯାଇଥିଲେ | ତଳ ଅସ୍ଥାୟୀ ହିଲପେଡ ପାଖରେ ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ,ଙ୍କ ସମେତ ବହୁ ଦଳୀୟନେତା ଓ କର୍ମୀ ଉପସ୍ଥିତ ଥିଲେ। ଏନେଇ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ରିପୋର୍ଟ ପ୍ରସନ୍ନ କୁମାର ଦାସ