ପୁରୁଷୋତ୍ତମପୁର , ୨୧/୦୧ – ( ପ୍ରସନ୍ନ କୁମାର ଦାସ ) -:- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପୁର୍ଣଚନ୍ଦ୍ର ସେଠୀ ଆଜି ସନ୍ଧ୍ୟାରେ ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳା ରେ କିଛି ସରପଞ୍ଚ ପୂର୍ବତନ ସରପଞ୍ଚ, ସମିତି ସଭ୍ୟ ମାନଙ୍କୁ ଡକାଇ ଏକ ପ୍ରସ୍ତୁତି ବୈଠକ କରିଥିଲେ | ଏହାର ମୂଳ ଲକ୍ଷ ଥିଲା ଲୋକଙ୍କ ସହିତ ,ସୁଖ, ଦୁଃଖର ଆଦାନ, ପ୍ରଦାନ କରି ଏକ ବନ୍ଧୁ ମିଳନ କରିବା, ତେବେ ଆସନ୍ତା ୨୨ ତାରିଖରେ ଜଗନ୍ନାଥ ମନ୍ଦିର ବେଢାରେ ଅନୁଷ୍ଠିତ ହେବ | ତେଣୁ ପୁରୁଷୋତ୍ତମପୁର ବ୍ଲକର ୧୫ ଗୋଟି ପଞ୍ଚାୟତ ଓପୁରୁଷୋତ୍ତମପୁର ଏନଏସି ର ନେତା କର୍ମୀ ଲୋକଙ୍କ ସହିତ ନୁଆଁ ବର୍ଷରେ ଏକ ପ୍ରୟାସ, ତେଣୁ ସେ ଆଜି ଏକ ପ୍ରସ୍ତୁତି ବୈଠକ କରିଥିଲେ | ଏଥିରେ କେତେ ଜଣ ଆସିବେ ସେଥିପାଇଁ କିଛି ପୂର୍ବତନ ସରପଞ୍ଚ, ବର୍ତ୍ତମାନ ସରପଞ୍ଚ ସମିତି ସଭ୍ୟ ଙ୍କୁ ଦାଇତ୍ୱ ଦେଇଥିଲେ | ସେମାନଙ୍କ ମଧ୍ୟରେ ରଣ ଝାଲି ର ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ବେହେରା, କେ ଏନପୁର ର ପୂର୍ବତନ ସରପଞ୍ଚ କୈଳାଶ ଚନ୍ଦ୍ର ଗୌଡ଼, ରାଇପୁର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ପ୍ରସାଦ ଶତପଥୀ, ଜଗନ୍ନାଥ ପୁର ପୂର୍ବତନ ସରପଞ୍ଚ ଦୈତାରୀ ବେହେରା, ଏନେସିର ପୂର୍ବତନ ଅଧକ୍ଷ ବାସୁଦେବ ମହାପାତ୍ର ସୁରେଶ ପଣ୍ଡା, ଶ୍ୟାମ ସୁନ୍ଦର ଭୁକ୍ତା,ସୁଦର୍ଶନ ବେହେରା, ତ୍ରିଲୋଚନ ଗୌଡ଼,ଙ୍କ ସହିତ ବହୁତ ନେତା କର୍ମୀ ମାନେ ଉପସ୍ଥିତ ଥିଲେ | ଲୋକଙ୍କ ସହ ସୁସମ୍ପର୍କ ଗଠନ ହେଉଛି ବନ୍ଧୁ ମିଳନ ର ମୂଳ ଲକ୍ଷ ବୋଲି ପୂର୍ବତନ ବିଧାୟକ ମତ ଦେଇଛନ୍ତି |


