You are currently viewing ଦିଗପହଣ୍ଡି ବ୍ଲକ ରେ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ କୁ ନେଇ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ବୈଠକ
ଦିଗପହଣ୍ଡି ବ୍ଲକ ରେ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ କୁ ନେଇ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ବୈଠକ

ଦିଗପହଣ୍ଡି 🙁 ରଘୁନାଥ ନାୟକ) ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ୨୫ ଗୋଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନଙ୍କୁ ନେଇ ଶୁକ୍ରବାର ଦିନ ଆଙ୍କୋରଡା ଗ୍ରାମ ସ୍ଥିତ ଜଗନ୍ନାଥ କଲ୍ୟାଣ ମଣ୍ଡପ ପରିସରରେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ତଥା ସଂଘ ସଭାପତି ମନୋରଞ୍ଜନ ଗୈାଡଙ୍କ ସଭାପତିତ୍ବରେ ଆୟୋଜିତ ବୈଠକ କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତି ସଭ୍ୟ ଏବଂ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ । ତେବେ ଏହି ବୈଠକରେ ହିତାଧିକାରୀଙ୍କ ଭତ୍ତା ମଞ୍ଜୁର ପାଇଁ ଭତ୍ତା ପିଛା ୫ ପ୍ରତିଶତ ଅର୍ଥ ସ୍ଥାନୀୟ ସରପଞ୍ଚ ମାନଙ୍କୁ ଭତ୍ତା ମଞ୍ଜୁର ଅଧିକାରୀ ମାନେ ହାତଗୁଞ୍ଜା ମାଗୁଥିବା ଆଲୋଚନା ହୋଇଥିବା ବେଳେ ଯାହାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିବା ଜଣାପଡିଛି । ଏହି ଅବସରରେ ସଂଘ ଉପଦେଷ୍ଟା ତଥା ଜକର ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ , ଚଳିତ ପଞ୍ଚାୟତ ନିର୍ବାଚନରେ ସାଧାରଣ ଜନତା ଆମ ଉପରେ ଆସ୍ଥା ପ୍ରକଟ କରି ଭୋଟ ଦେଇ ଆମକୁ ନିର୍ବାଚିତ କରିଛନ୍ତି । ତେଣୁ ସେମାନଙ୍କ କାର୍ଯ୍ୟରେ ପ୍ରାଧାନ୍ୟ ଦେବା ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ପ୍ରଥମ କର୍ତ୍ତବ୍ୟ । ଅନ୍ୟପକ୍ଷରେ ବ୍ଳକ ଅନ୍ତର୍ଗତ ଯେକୌଣସି କାର୍ଯ୍ୟକ୍ରମରେ ସମସ୍ତ ସମିତି ସଭ୍ୟ ମାନଙ୍କୁ ସାମିଲ କରିବାକୁ ଅବଗତ କରାଇଥିଲେ