You are currently viewing ବିଜେଡିରେ ରଞ୍ଜନଙ୍କ ଯୋଗଦାନ ପରେ ବିଜେପିର ସାମ୍ବାଦିକ ସମ୍ମିଳନୀ l
ବିଜେଡିରେ ରଞ୍ଜନଙ୍କ ଯୋଗଦାନ ପରେ ବିଜେପିର ସାମ୍ବାଦିକ ସମ୍ମିଳନୀ l

କବିସୂର୍ଯ୍ୟନଗର ବିଜେପି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଯୁବ ବିଜେପି ନେତା ତଥା ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ରେ ଅନୁଷ୍ଠିତ ହୋଇଛି l ବିଜେପି ବିଧାୟକ ପ୍ରାର୍ଥୀ ରଞ୍ଜନ ପୋଲାଈ ଭୁବନେଶ୍ୱର ଶଙ୍ଖ ଭବନରେ ନିଜ ଅନୁଗାମୀ ସହ ବିଜେଡି ମିଶିଥିଲେ l ଯାହାକୁ ବିଜେଡି ଯୋଗଦେବା ପୂର୍ବରୁ ବିଜେପି ପାର୍ଟି ନିଲମ୍ବିତ କରିଥିଲା ବୋଲି ଶ୍ରୀ ପଣ୍ଡା କହିଥିଲେ l ଆଗକୁ ବିଜେପି ତାର ନୂତନ ଆଶା, ବିଶ୍ୱାସ ଓ ମୋଦିଙ୍କ ଜନହିତକର କାର୍ଯ୍ୟକୁ ନେଇ ଭୋଟର ପାଖକୁ ଯିବ ବୋଲି ମତ ଦେଇଥିଲେ।
ଉକ୍ତ ସମ୍ମିଳନୀରେ ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ରତନ ବିଷୋୟୀ, କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷା ପ୍ରାର୍ଥୀ କଳ୍ପନା ମାଝୀ, ସାଧାରଣ ସମ୍ପାଦକ ନାରାୟଣ ଡାକୁଆ, କୋଦଳା କାଉନସିଲର ସୃୟାଂଶୁ ବେହେରା ଓ ରାଜ୍ୟ ସଂଯୋଜକ କୃଷକ ମୋର୍ଚ୍ଚା ବିଜେପି ଓଡିଶା ପ୍ରଦେଶ ପ୍ରତାପ ନାୟକ ଉପସ୍ଥିତ ଥିଲେ। ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଳେଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।