ଦିଗପହଣ୍ଡି:୨୩/୧୧(ଶିବ ପ୍ରସାଦ ରଥ)
ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ଵର ଆଦର୍ଶ ବିଦ୍ୟାଳୟ ଖେଳ ପଡ଼ିଆରେ ରବିବାର ଭାରତର ଜାତୀୟ ଗୀତ ବନ୍ଦେ ମାତରମ୍ ର ୧୫୦ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ବତନ୍ତ୍ର ଉତ୍ସବ ପାଳନ କରାଯାଇଥିଲା। ଏଥିରେ ଆତ୍ମନିର୍ଭରଶୀଳ ଭାରତ ଗଠନ ସକାଶେ ସଂକଳ୍ପ ଅଭିଯାନ ସାମିଲ୍ ଥିଲା। ଏଥିସହ ସ୍ୱଦେଶୀ ଦ୍ରବ୍ୟ ଆପଣେଇବାକୁ ଉତ୍ସାହିତ କରିବା ସକାଶେ ବହୁ ବ୍ୟବସାୟୀ ଷ୍ଟଲ୍ ପକାଇଥିଲେ। ଏଥିରେ ବମକେଇ ପାଟ, ଦିଗପହଣ୍ଡିର ମିକ୍ଚର୍, ପଦ୍ମନାଭ ପୁର ଗ୍ରାମର କୃଷ୍ଣବଲ୍ଲଭ ଆଦି ବିଭିନ୍ନ ସାମଗ୍ରୀ ସ୍ଥାନ ପାଇଥିଲା। ଜିଲ୍ଲା ଓ ରାଜ୍ୟ ସ୍ତରରେ ଭାରୋଉତ୍ତୋଳନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଦିଗପହଣ୍ଡି ବଡ଼ ବ୍ରାହ୍ମଣ ସାହିର ବାସିନ୍ଦା ରାଧାରାଣୀ ପାଣିଗ୍ରାହୀ ଓ ପ୍ରତିଜ୍ଞା ପୂଜାରୀଙ୍କୁ ୨ଭଉଣୀଙ୍କୁ ଅତିଥିମାନେ ସମ୍ମାନିତ କରି ଉତ୍ସାହୀତକରିଥିଲେ। ସରକାର ଯୁବକ, ଯୁବତୀ, ମହିଳା ଓ କୃଷକ ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ୧୧୩ ପ୍ରକାର ଯୋଜନା ପ୍ରଣୟନ କରିଥିବା ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ। ଏଥିସହ କୌଳିକ ବୃତ୍ତିକୁ ପ୍ରୋତ୍ସାହନ ଦେବାପାଇଁ କୁଟୀର ଶିଳ୍ପ ଗୁଡ଼ିକର ପୁନଃରୁଦ୍ଧାର କରାଯିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ରାଜ୍ୟ ସମ୍ପାଦକ ସାରଦା ଶତପଥୀ, ସୁଜତା ପାଢ଼ୀ, ଚିନ୍ମୟାନନ୍ଦ ମହାରାଜ, ପରେଶ ଚନ୍ଦ୍ର ରଥ ପ୍ରମୁଖ ଅତିଥିଭାବେ ମଞ୍ଚାସିନ ହୋଇଥିଲେ। ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଭବାନୀ ଶଙ୍କର ପଣ୍ଡା, ସନ୍ତୋଷ କୁମାର ସାହୁ, ଲିଙ୍ଗରାଜ ଦୋରା,ସୁଷମା ଗୌଡ଼, ପ୍ରଶାନ୍ତ ପୂଜାରୀ, ଅରୁଣ କୁମାର ଗୌଡ଼, ସ୍ଥାନୀୟ ସରପଞ୍ଚ ବିଜୟ କୁମାର ପ୍ରଧାନ,ଏମ୍.ସନ୍ତୋଷ, ଶିବରାମ ପ୍ରଧାନ, ଦେବ ଗୌଡ଼, ଶିବରାମ ମହାନ୍ତି ପ୍ରମୁଖ ବହୁ ଜନପ୍ରତିନିଧି ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ଉପସ୍ଥାପିକା ମଧୁସ୍ମିତା ଠାକୁର ମଞ୍ଚ ପରିଚାଳନା କରିଥିଲେ।
