ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ରେ ବିଜେପି ର ଭୋଟର ସଚେତନ ମହାଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି..
ଘୁମୁସର ଜିଲ୍ଲା ବିଜେପି ପକ୍ଷରୁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୁଥ୍ ସ୍ତରୀୟ ଭୋଟର ସଚେତନତା ଶିବିରରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପ୍ରତାପ ନାୟକ ଙ୍କ ସଂଯୋଜନା ରେ ଏବଂ ଦୀନବନ୍ଧୁ ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ରେ ଥିବା 43 ଟି ପଞ୍ଚାୟତ ରେ ବିଜେପି ର ଦକ୍ଷତା ବୃଦ୍ଧି ପାଇଁ ପଞ୍ଚାୟତ ସ୍ତରରେ ଜୋରଦାର ଆନ୍ଦୋଳନ କରିବା ପାଇଁ ନିଷ୍ପତି ନିଆଯାଇଥିବା ଜଣାଯାଇଛି l ଗାଁ ଗାଁ ରେ ଭୋଟର ଙ୍କୁ ସଚେତନ କରିବା ପାଇଁ ବୁଥ୍ ସ୍ତରରେ କମିଟି ଗଠନ କରି 2024 ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ମଞ୍ଚାସିନ ବରିଷ୍ଠ ବିଜେପି ନେତା ମାନେ ଆହ୍ୱାନ କରିଥିଲେ l

କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଅନିଲ ପଣ୍ଡା, ଆସିକା ସଂସଦୀୟ ନେତ୍ରୀ ଅନିତା ପ୍ରିୟଦର୍ଶନୀ, ଅରୁଣ ପଣ୍ଡା, ରଞ୍ଜିତା ସେଠି, ନୀଳମାଧଵ ପାତ୍ର, ବିନାୟକ ତ୍ରିପାଠୀ, ରତନ ବିଶୋଇ, ପୃଥିବୀରାଜ ମହାପାତ୍ର, ଶିଶିର ମିଶ୍ର, ଶ୍ରୀକାନ୍ତ ମହାପାତ୍ର ଙ୍କ ସମେତ ବହୁ କର୍ଯ୍ୟକର୍ତ୍ତା, ମହିଳା, ଯୁବକ, କର୍ମୀ ଯୋଗ ଦେଇଥିବା ଜଣାଯାଇଛି. ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
