କୋଦଳା
ଗଞ୍ଜାମ ଜିଲ୍ଲା କୋଦଳା ଏନଏସିର ଶତାଧିକ ଯୁବକ ମାନଙ୍କୁ ନେଇ ଆଜି ଆନୁଷ୍ଠାନିକ ଭାବେ ଗଠିତ ହୋଇଛି କୋଦଳା ୟୁଥ୍।କୋଦଳା ଠାରୁ କିଛି ଦୂରରେ ଥିବା ଜଗତା ଘାଇ ପୀଠରେ ଆଜି ଗଠିତ ହୋଇଥିବା ଏହି ଯୁବ ସଂଗଠନରେ କୋଦଳାର ପ୍ରତି ଓ୍ବାର୍ଡରୁ ଯୁବକ ମାନେ ଏଥିରେ ସଦସ୍ୟ ଭାବେ ଯୋଗଦାନ କରିଛନ୍ତି ଏବଂ ଆଗାମୀ ଦିନରେ ଏହାର ସଦସ୍ୟ ସଂଖ୍ୟା ବଢିବ ବୋଲି କୁହାଯାଇଛି। କୋଦଳାର ଉନ୍ନତି ଚିନ୍ତା କରି ତାକୁ ବାସ୍ତବତାରେ ପରିଣତ କରିବା ପର୍ଯ୍ଯନ୍ତ ଏହି ଯୁବ ସଂଗଠନ କୋଦଳା ୟୁଥ୍ କାମ କରିବ ବୋଲି କୁହାଯାଇଛି। କୋଦଳା ଏନଏସିର ବିଭିନ୍ନ ସମସ୍ଯାର ସମାଧାନ ସହିତ ମୌଳିକ ଅଧିକାର, କର୍ତ୍ତବ୍ୟନିଷ୍ଠତା, ଅସହାୟ ବ୍ଯକ୍ତିକୁ ସମର୍ଥ ଅନୁସାରେ ସହାୟତା ଦିଗରେ ମଧ୍ୟ କୋଦଳା ୟୁଥ୍ କାମ କରିବ ବୋଲି ମଧ୍ୟ କୁହାଯାଇଛି। ଯୁବ ସମାଜସେବୀ ରଞ୍ଜିତା ସାହୁଙ୍କ ଆବାହକତ୍ୱରେ କୋଦଳା ୟୁଥ୍ ଗଠନ ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କୋଦଳା ଏନଏସି ଅଧ୍ୟକ୍ଷ ହରପ୍ରସାଦ ସାହୁ ଓ ସୁନୀତା ପ୍ରଭା ସାହୁ, ମୁଖ୍ୟ ବକ୍ତା ଭାବେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ମହା ସଚିବ ଦଣ୍ଡପାଣି ମହାପାତ୍ର, ସଭାପତି ବସନ୍ତ ସାହୁ ଯୋଗ ଦେଇ ଯୁବ ସମାଜର ଆଜିର ଦିନରେ ଦାୟିତ୍ବ ଓ କର୍ତ୍ତବ୍ୟ ସମ୍ପର୍କରେ ବିସ୍ତୃତ ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ଯୋଗ ଦେଇଥିବା ପ୍ରତ୍ଯେକ ଯୁବକଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ରାଜନୀତିରୁ ଉର୍ଦ୍ଧ୍ଵରେ ରହି ଏହି ସଂଗଠନ କାର୍ଯ୍ଯ କରିବ ବୋଲି ଲକ୍ଷ୍ୟ ରଖିଥିବା ବେଳେ ଆଗାମୀ ଦିନରେ କୋଦଳାର ସମସ୍ତ ଯୁବଗୋଷ୍ଠୀଙ୍କୁ ଏଥିରେ ସାମିଲ କରାଯାଇ ସାମୁହିକ ଉନ୍ନତି ମୂଳକ କାର୍ଯ୍ୟ କରାଯିବ ବୋଲି କୋଦଳା ୟୁଥ୍ ପକ୍ଷରୁ କୁହାଯାଇଛି।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
