You are currently viewing ବେଗୁନିଆପଡ଼ା ବ୍ଳକରେ ବିଜେପି ପକ୍ଷରୁ ଜାରି ରହିଛି ମାରାଥନ ଜନ ସମ୍ପର୍କ ପଦଯାତ୍ରା।
ବେଗୁନିଆପଡ଼ା ବ୍ଳକରେ ବିଜେପି ପକ୍ଷରୁ ଜାରି ରହିଛି ମାରାଥନ ଜନ ସମ୍ପର୍କ ପଦଯାତ୍ରା।

କୋଦଳା (୧୮/୦୮/୨୦୨୩)
ଭାରତୀୟ ଜନତା ପାର୍ଟି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୯ ବର୍ଷ ଶାସନର ପୂର୍ତ୍ତି ଅବସରରେ ଘର ଘର ଚାଲ ଅଭିଯାନ ପଦଯାତ୍ରା ଚାଲୁ ରହିଛି। ଏହି ଅବସରରେ କବିସୂର୍ଯ୍ୟନଗର ବିଜେପି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅଗାଁର ଗାଁ ମଣ୍ଡଳରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।
ମୋଦି ସରକାର ଙ୍କର ୯ ବର୍ଷର ସୁଶାସନ ର ବାର୍ତ୍ତା କୁ ଲୋକଙ୍କ ପାଖରେ ଓ ଗରିବ କଲ୍ୟାଣ ଯୋଜନା ର ସଫଳ ରୂପାୟନ କୁ ନେଇ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ମାରାଥନ ଜନ ସମ୍ପର୍କ ପଦ ଯାତ୍ରା ଜାରି ରହିଛି। ଶୁକ୍ରବାର ବେଗୁନିଆପଡ଼ା ବ୍ଳକ କୁମାରୀପାରି ଠାରୁ କୁମ୍ଭାର ଗାଁ ପର୍ଯ୍ୟନ୍ତ ଏହି ପଦଯାତ୍ରା ବାହାରିଥିବା ବେଳେ ବିଜେପି କୃଷକ ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ନାୟକ ଯୋଗଦେଇ ଜନ ସମ୍ପର୍କ ପଦଯାତ୍ରାର ମୁଖ୍ୟ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ମୋଦି ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନା ଗୁଡିକର ଲାଭ କେତେ ପାଇ ପାରିଛନ୍ତି ପ୍ରକୃତ ଯୋଗ୍ୟ ହିତାଧିକାରୀ ତାହା ଅନୁଧ୍ୟାନ କରିବା ସହ ଦଳୀୟ କର୍ମୀ ଓ ନେତା ଘର କୁ ଘର ବୁଲି ମୋଦି ସରକାର ଙ୍କର ୯ ବର୍ଷ ର ସୁଶାସନ କେତେ ସଫଳ ରୂପାୟନ ହୋଇ ପାରିଛି ଏ ନେଇ ପ୍ରତ୍ୟେକ ଲୋକଙ୍କ ଠାରୁ ବୁଝିଥିଲେ ! ଜନ ସାଧାରଣ ପାଖରେ ପହଂଚି ଯୋଜନା ସମ୍ପର୍କ ରେ ଅବଗତ କରାଇବା ଆଉ ଯୋଜନା ରୁ ବାଦ ପଡିଯାଇଥିବା ପ୍ରକୃତ ହିତାଧିକାରୀ ମାନଙ୍କୁ ସାହାଯ୍ୟ ଯୋଗାଇଦେବା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ଏଥିରେ ବରିଷ୍ଠ ବିଜେପି ନେତା ପ୍ରତାପ ନାୟକଙ୍କ ସହ ପାଣ୍ଡିଆ ମଣ୍ଡଲ ସଭାପତି ଶ୍ରୀକାନ୍ତ ପଣ୍ଡା, କିଶୋର ସ୍ବାଇଁ, ଲଳିତ ସ୍ବାଇଁ, ଶିବ ଶଙ୍କର ତାରେଣୀ, ମିଥୁନ ଡାକୁଆ, ରତନ ବିଷୋୟୀ ଗୌରୀ ବାହିନୀପତି, ସୂର୍ଯ୍ୟାଶୁଂ ବେହେରା ପ୍ରମୁଖ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।