You are currently viewing ଦୁର୍ନୀତି ଓ ଭ୍ରଷ୍ଟାଚାରୀ ନେତାଙ୍କୁ ମନ୍ତ୍ରୀପଦ ନ ମିଳିବା ନେଇ ବେଗୁନିଆପଡ଼ାରେ ଅଦିନିଆ ଦୀପାବଳି।
ଦୁର୍ନୀତି ଓ ଭ୍ରଷ୍ଟାଚାରୀ ନେତାଙ୍କୁ ମନ୍ତ୍ରୀପଦ ନ ମିଳିବା ନେଇ ବେଗୁନିଆପଡ଼ାରେ ଅଦିନିଆ ଦୀପାବଳି।

କୋଦଳା (୨୨/୦୫/୨୦୨୩)
ଆଜି ରାଜ୍ୟରେ ମନ୍ତ୍ରୀ ମଣ୍ଡଳ ପୁନର୍ଗଠନ ହୋଇଥିବା ବେଳେ ଏଥିରେ ବହୁ ବିଜେଡ଼ି ବିଧାୟକ ଆଶାୟୀ ରହିଥିବା ବେଳେ ନିରାଶ ହୋଇଛନ୍ତି। ତେବେ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିବା ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ବେଗୁନିଆପଡ଼ାର ଡାଇମଣ୍ଡ ଉତ୍ପାଦକ ଗୋଷ୍ଠୀର ସଦସ୍ୟା ଛାୟାବତୀ ବେହେରା ଓ ପିକିଂ ରାଉତ ନୂତନ ମନ୍ତ୍ରୀ ମଣ୍ଡଳର ପୁନର୍ଗଠନ ନେଇ ଖୁସି ପ୍ରକାଶ କରି ବାଣ ଫୁଟାଇଛନ୍ତି ।ସୂଚନା ଅନୁସାରେ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦୁର୍ନୀତିରେ ବଡ଼ ବଡ଼ ନେତା ସାମିଲ ରହିଥିବା ନେଇ ଏହି ଗୋଷ୍ଠୀ ଅଭିଯୋଗ କରୁଥିବା ବେଳେ ଉକ୍ତ ନିର୍ବାଚନ ମଣ୍ଡଳୀରୁ ମନ୍ତ୍ରୀ ପଦ ପାଇବା ନେଇ ଆଲୋଚନା ହେଉଥିଲା। ତେବେ ଆଲୋଚନା ସତ୍ଯ ହୋଇନି। ଯାହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ମହିଳା ଗୋଷ୍ଠୀ ସଦସ୍ୟାମାନେ। ଆଜି ଏନେଇ ଡାଇମଣ୍ଡ ଉତ୍ପାଦକ ଗୋଷ୍ଠୀ ପକ୍ଷରୁ ବାଣ ଫୁଟାଇ ନବୀନ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରାଯାଇଥିବା ଦେଖିବାକୁ ମିଳିଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ ।