ଖଲ୍ଲିକୋଟ : 24/4 ଖୁବ ଶୀଘ୍ର ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପାଇଁ ବିଭିନ୍ନ ରାଜନୈତିକ ଦଳ ମାନେ ପ୍ରସ୍ତୁତ ହେଉଥିବା ବେଳେ ଖଲ୍ଲିକୋଟ ରେ ପ୍ରବଳ ରାଜନୈତିକ ଉଷ୍ମତା ପରିଲକ୍ଷିତ ହେଲାଣି |ବିଜେପି ମିଶ୍ରଣ ପର୍ବ ମାଧ୍ୟମ ରେ ବଳ ଗୋଟାଇବା ପାଇଁ ଜୋର ସୋର ରେ ଲାଗିବା ସହ ବୁଥ ବିଜୟ ଅଭିଯାନ ମାଧ୍ୟମ ରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ର 241 ବୁଥ ର ପ୍ରଭାରୀ ସହ ପ୍ରଭାରୀ ଓ ଶକ୍ତି କେନ୍ଦ୍ର ର କର୍ମକର୍ତା
ମାନଙ୍କୁ କେଶପୁର ସ୍ଥିତ ଚିଲିକା ହୋଟେଲ ରେ ବୁଧବାର ଦିନ ତାଲିମ ପ୍ରଦାନ କରାଯାଇଛି |ଏଣେ ଖଲ୍ଲିକୋଟ ରେ ବିଜେଡି ଆଗାମୀ ନିର୍ବାଚନ ରେ ମଜଭୁତ କରି ବିଜେଡି ପାର୍ଥି ସୂର୍ଯ୍ୟମଣି ବୈଦ୍ୟ ଙ୍କୁ ବିଜୟୀ କରିବା ପାଇଁ ଆସନ୍ତୁଷ୍ଟ ମାନଙ୍କୁ ମନେଇ ଜୋନ ସ୍ତରୀୟ ବୈଠକ ମାଧ୍ୟମ ରେ ଛାମୁଆ ନେତା ମାନଙ୍କୁ ସଂକଳ୍ପ କରାଉଥିବା ଦେଖିବାକୁ ମିଳିଛି |ବୁଧବାର ଦିନ ଖଲ୍ଲିକୋଟ ବ୍ଲକ ର ଓଡ଼ିଆ ଆଲପୁର ପଂଚାୟତ ସ୍ଥିତ ଖୁଣ୍ଟ ପଡିଆ ଠାରେ ବ୍ଲକ 13 ନମ୍ବର ଜୋନ ରେ ଥିବା 9 ଗୋଟି ପଂଚାୟତ ର ଛାମୁଆ କର୍ମୀ ମାନଙ୍କ ଏକ ବୈଠକ ସାଂସଦ ପ୍ରତିନିଧି ରତ୍ନାକର ସାହୁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଥିଲା |ବୈଠକ ରେ ବିଜେଡି ପାର୍ଥୀନୀ ସୂର୍ଯ୍ୟମଣି ବୈଦ୍ୟ ଯୋଗ ଦେଇ ଲୋକ ମାନେ ଶଙ୍ଖ ଚି଼ହ୍ନ ଓ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଙ୍କୁ ଘରେ ଜାଣିବା ସହ ମମତା ଠାରୁ ହରିଶ୍ଚନ୍ଦ୍ର ଯୋଜନା ସମ୍ପର୍କରେ ଅବଗତ ଅଛନ୍ତି |ତେଣୁ ବିଜେଡି ର ବିଜୟ ପାଇଁ କୌଣସି ସମସ୍ୟା ନାହିଁ | ଗତ 2014 ରେ ଯେଉଁ ନେତା ମାନେ ବର୍ତମାନ ବିଜେପି ପାର୍ଥି ଙ୍କୁ ବିରୋଧ କରି ସୂର୍ଯ୍ୟମଣି ଙ୍କୁ ସମର୍ଥନ ଯୋଗାଇଥିଲେ ସେମାନେ ବିଜେପି ପାର୍ଥି ଙ୍କ ସହ ପୁନଃ ସମ୍ପର୍କ ସ୍ଥାପନ କରିଛନ୍ତି |ତେଣୁ ବିଜେପି ର ମିଶ୍ରଣ ପର୍ବ କୌଣସି ପ୍ରଭାବ ରହିବ ନାହିଁ |ଉକ୍ତ ବୈଠକ ରେ ପ୍ରାକ୍ତନ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ବରିଷ୍ଠ ବିଜେଡି ନେତା କିଶୋର ପଲାଇ ଜିଲ୍ଲା ପରିଷଦ ସଭ୍ୟ ସୋନମ ପଳାଇ, ବିନାୟକ ଜାଲ୍ଲୀ ଓ ଅ|ଲପୁର ସରପଞ୍ଚ ସମେତ ପ୍ରାୟ ଜୋନ ପ୍ରମୁଖ ଯୋଗ ଦେଇ ବିଜେଡି ବିଧାୟକ ପାର୍ଥୀନୀ ସୂର୍ଯ୍ୟମଣି ବୈଦ୍ୟ ଓ ଆସିକା ସାଂସଦ ପାର୍ଥୀନୀ ଡ଼ଃ ରଂଜିତା କୁମାରୀ ସାହୁ ଙ୍କୁ ବିଜୟୀ କରିବା ପାଇଁ ନିବେଦନ କରିଥିଲେ | ସମସ୍ତ ନେତା ଓ କର୍ମୀ ମାନେ ମତଭେଦ ଭୁଲି ବିଜେଡି କୁ ଖଲ୍ଲିକୋଟ ରେ ମଜଭୁତ କରି ନବୀନ ଙ୍କ ହାତ ମୁଠା ଟାଣ କରି ଖଲ୍ଲିକୋଟ ର ବିକାଶ କୁ ଆଗେଇ ନେବା ପାଇଁ ମତ ପ୍ରକାଶ ପାଇଥିଲା | ଆସନ୍ତା ଏକ ତାରିଖ ଦିନ ଖଲ୍ଲିକୋଟ ରେ ମୁଖ୍ୟମନ୍ତ୍ରୀ ଙ୍କ ରୋଡ଼ ସୋ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଆଲୋଚନା ହୋଇଥିଲା |
(ରିପୋର୍ଟ – ମାଧବ ବେହେରା ଖଲ୍ଲିକୋଟ )
