ତାଳଚେର :(ଦିଲୀପ କୁମାର ଚୋପଦାର ) ଆଦ୍ୟ ତା 3 ମଇ 2025 ରିଖରେ ଭାରତୀୟ ଜାତୀୟ ମଜଦୂର କଂଗ୍ରେସ ର ପ୍ରତିଷ୍ଠା ଦିବସ ତାଳଚେର ସାଇଥବଲଣ୍ଡା ସ୍ଥିତ ଆଇଏନଟିୟୂସି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ସଭାପତି ଡ଼ ରାମଚନ୍ଦ୍ର ଖୁଣ୍ଟିଆ ଯୋଗ ଦେଇ ପ୍ରଥମେ ପତାକା ଉତ୍ତୋଳନ କରି ଉପସ୍ଥିତ ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ । ପରେ ପରେ ବୈଠକ ଆରମ୍ଭ କରାଯାଇ ଥିଲା । ଉକ୍ତ ବୈଠକ ଜିଲ୍ଲା ଆଇଏନଟିୟୂସି ସଭାପତି ଦିଗମ୍ବର ଗଡ଼ନାୟକ ଙ୍କ ସଭାପତିତ୍ବ ରେ ଆରମ୍ଭ କରା ଯାଇ ଥିଲା ।

ରାଜ୍ୟ ଆଇଏନଟିୟୂସି ଉପସଭାପତି ମଦନମୋହନ ଧଳ ଦେବାଶିଷ ଘୋଷ ସାଧାରଣ ସମ୍ପାଦକ କିଶୋର ଜେନା , ସୌଭାଗ୍ୟ ପ୍ରଧାନ ଯୁଗ୍ମ ସାଧାରଣ ସଂପାଦକ ନିର୍ମଳ ସାମଲ ,ସତ୍ୟାନନ୍ଦ ସାହୁ ସତ୍ୟବ୍ରତ ନାୟକ, ବିଭବ ଜେନା, ସୁଶୀଲ ବେହେରା ,ତାରିଣୀ ଦଳବେହେରା, ମହିଳା କଂଗ୍ରେସ ର ପୂର୍ବତନ ରାଜ୍ୟ ସଭାପତି ସସ୍ମିତା ବେହେରା ରାଜ୍ୟ ଯୁବ ଆଇଏନଟିୟୂସି ସଭାପତି ପ୍ରକାଶ ବେହେରା ,ଅବନ୍ତି ପ୍ରଧାନ, ସୁଭଦ୍ରା ସାହୁ, ବନିତା ପ୍ରଧାନ, ଇଲାରାଣୀ ପ୍ରଧାନ ,ଯଶୋଦା ବେହେରା, ସରିତା ପ୍ରଧାନ, ବଳରାମ ବେହେରା, ରାଜକିଶୋର ସାହୁ ,କେଶବ ଭୂତିଆ, ଜଗତା ପ୍ରଧାନ, ରଣଜିତ ପ୍ରଧାନ , ମୁକେଶ ଅଗ୍ରୱାଲ ପ୍ରମୂଖ ନିଜ ନିଜର ମତାମତ ରଖି ଶ୍ରମିକ ମାନଙ୍କ ବହୁବିଧ ସମସ୍ୟା ସମ୍ବନ୍ଧରେ ପ୍ରସ୍ତାବ ମାନ ଉପସ୍ଥାପନା କରିଥିଲେ ।

ମୂଖ୍ୟ ଅତିଥି ଡ଼ ଖୁଣ୍ଟିଆ ସରକାର କ ଶ୍ରମକୋଡକୁ ସମାଲୋଚନା କରିବାସହ ଏହାକୁ ପ୍ରତ୍ୟାହାର କରିବାକୁ ଦାବୀ କରିଥିଲେ ମାଗଣା ସ୍ବାସ୍ଥ୍ୟ ସେବା ସହ ନିମ୍ନତମ ମଜୁରୀ ସ୍ଥିର କରି ସମସ୍ତଙ୍କ ପାଇଁ ଲାଗୁ କରିବା , ସର୍ବାଧିକ 8 ଘଣ୍ଟା କାମ କରିବା ,ଖଣିରେ କାର୍ଯ୍ୟରତ ସମସ୍ତ ଠିକା କର୍ମଚାରୀଙ୍କ ପାଇଁ ଏମପିସି ଦରମା ଲାଗୁ କରିବା ଇତ୍ୟିଦି ଦାବୀ କରି ସରକାର କୁ ସ୍ମାରକ ପତ୍ର ଦେଇ ଠିକ୍ ଢ଼ଂଗରେ ପାଳନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ର ଚେତାବନୀ ଦେଇଥିଲେ। ବାସହୀନ ମାନଂକ ପାଇଁ ବାସଗୃହ ଓ ନିର୍ମାଣ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋକପାତ କରାଯାଇଥିଲା। ଦେବାଶିଷ ଘୋଷ ସ୍ଥାନୀୟ ସମସ୍ୟା ଉପରେ ଆଲୋକପାତ କରିଥିଲେ ଓ ଧନ୍ୟବାଦ ଦେଇଥୂଲେ ।
